Masthead

କୋଟିଆ ପରେ ରାଇପାହାଡ ଉପରେ ଆନ୍ଧ୍ରର ଆଖି

ଶେମିଳିଗୁଡା(ବଡ଼ ଖବର ବ୍ୟୁରୋ);ରାଜ୍ୟ ସରକାରଙ୍କ ଅବହେଳାର ଶିକାର ହୋଇ ଆନ୍ଧ୍ର ମୁହାଁ ହେଉଛନ୍ତି ଗୋଲୁରୁ ପଞ୍ଚାୟତ ବାସିନ୍ଦା । ଏହି ଗ୍ରାମରେ ୧୭ ପରିବାର ବାସ କରୁଥିବା ବେଳେ ଆନ୍ଧ୍ର ଏବେ ବିଭିନ୍ନ ସେବା ଯୋଗାଉଛି । ଆନ୍ଧ୍ର ନଜର ପକେଇବା ପରେ ରାଜ୍ୟ ସରକାରଙ୍କ ତରଫରୁ ତରବର ଭାବେ ରାସ୍ତାକାମ ଆରମ୍ଭ ହେବା ସହ ୨ଟି ପାଣିଟାଙ୍କି ମଧ୍ୟ ଦିଆଯାଇଛି ।

ଆଗରୁ କିନ୍ତୁ ସମସ୍ତ ଯୋଜନା ଏଠାରେ ଫେଲ୍ ମାରିଥିଲା । ବୃଦ୍ଧାଙ୍କୁ ଭତ୍ତା ଯୋଜନା ଠାରୁ ଆରମ୍ଭ କରି ଆବାସ ଯୋଜନା ଆଦି ଫେଲ ମାରିଥିଲା । ଏବେ ଆନ୍ଧ୍ର ଆଶାକର୍ମୀ ରାଜଲକ୍ଷ୍ମୀ ଗମେଲ ଏଠାକୁ ଆସି୧୦ ହଜାର ପୋଷାକ ବହି ଯୋଗାଇଛନ୍ତି । ଆନ୍ଧ୍ର ଏବେ ବୃଦ୍ଧାଙ୍କୁ ଭତା, ବିପିଏଲମାନଙ୍କ ପାଇଁ ଘର ମଧ୍ୟ ଯୋଗାଉଛି ।

ଆଗରୁ ଗର୍ଭବତୀଙ୍କ ପାଇଁ ପକ୍କା ରାସ୍ତା ନଥିଲା ତେଣୁ ଲୋକେ ପାହାଡ, ନଈ ଡେଇଁ ମେଡିକାଲ ଯାଉଥିଲେ । କିନ୍ତୁ ସବୁ ଜାଣି ଓଡିଶା ସରକାର ଚୁପ ବସିଥିଲାବେଳେ ଏବେ ଚିହିଁକି ଉଠିଛି । ଏମଏଲଏ ପ୍ରିତମ ପାଢୀ କହିଲେ ଯେ ୧୯୩୬ରୁ ଓଡିଶା ସରକାର ଏହାର ସିଧା ସମ୍ପର୍କରେ ଅଛି । ପ୍ରଶାସନିକ ସ୍ତରରେ କାମ ହେବ ତେଣଉ ଜନପ୍ରତିନିଧି ଏଠାରେ ଆବଶ୍ୟକ ନାହିଁ । ଆମ ଲୋକ ନିରୀହ ବୋଲି ଆନ୍ଧ୍ର ତାଙ୍କୁ ମାଡିବସିବାର କୂଚକ୍ରାନ୍ତ କରୁଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ