Masthead

ଚନ୍ଦ୍ରାୟନ-୩ର ପ୍ରଥମ ଅର୍ବିଟ ରେଜିଂ ମାନୁଭର୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଚନ୍ଦ୍ର ନିକଟତର ହେଉଛି ଚନ୍ଦ୍ରାୟନ । ପୃଥିବୀ ଚାରିପଟେ ଅଣ୍ଡାକୃତି ଆକୃତିରେ ଘୁରି ବୁଲୁଛି ଚନ୍ଦ୍ରାୟନ-୩ । ଏହାର ପ୍ରଥମ ଅର୍ବିଟ ରେଜିଂ ମାନୁଭର୍ କରିଛି ଇସ୍ରୋ । ଏହାର ଅର୍ଥ ହେଉଛି ଚନ୍ଦ୍ରାୟନର ଗତିପଥକୁ ପ୍ରସାରିତ କରାଯାଇ ପୃଥିବୀଠାରୁ ଆଉ ଟିକେ ଦୂରକୁ ପଠାଇ ଦିଆଯାଇଛି । ପ୍ରଥମ ଅର୍ବିଟ ରେଜିଂ ମାନୁଭର୍ ପରେ ସର୍ବନିମ୍ନ ଦୂରତା ୧୭୨ କିଲୋମିଟର ଏବଂ ସର୍ବାଧିକ ଦୂରତା ୪୧ ହଜାର ୭୬୨ କିଲୋମିଟରକୁ ବୃଦ୍ଧି ପାଇଛି । ୫ ଥର ଏହି ପ୍ରକ୍ରିୟା ଦୋହରାଇବା ପରେ, ଚନ୍ଦ୍ରାୟନ-୩ ଅଗଷ୍ଟ ୫ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ।

ଟ୍ରାକିଂ ଆଣ୍ଡ୍ କମାଣ୍ଡ ନେଟୱର୍କ ବା ଆଇଏସଟିଆରଏସିରେ ସଫଳତାର ସହ ପ୍ରଥମ ଅର୍ବିଟ ରେଜିଂ ମାନୁଭର୍ କରାଯାଇଥିବା ସୂଚନା ଦିଆଯାଇଛି । ଉତକ୍ଷେପଣ ପରେ ପୃଥିବୀପୃଷ୍ଠରୁ ଏହାର ସର୍ବନିମ୍ନ ଦୂରତା ପ୍ରାୟ ୧୭୦ କିଲୋମିଟର ଏବଂ ସର୍ବାଧିକ ଦୂରତା ୩୬ହଜାର ୫ଶହ କିଲୋମିଟର ଥିଲା। ‘ଚନ୍ଦ୍ରାୟନ-୩’ର ପ୍ରତ୍ୟେକ ଗିତିବିଧି ଉପରେ ସତର୍କ ନଜର ରଖିଛନ୍ତି ଇସ୍ରୋର ବୈଜ୍ଞାନିକ । ଜୁଲାଇ ୩୧ ତାରିଖ ସୁଦ୍ଧା ଚନ୍ଦ୍ରାୟନ-୩ ପୃଥିବୀଠାରୁ ୧୦ ଗୁଣ ଦୂର ଯାଇସାରିଥିବ । ଏକ ଲକ୍ଷ କିଲୋମିଟର ଦୂରରେ ପହଂଚିବା ପରେ ଚନ୍ଦଯାନକୁ ସ୍ଲିଙ୍ଗସଟ୍ କରାଯିବ । ଅଗଷ୍ଟ ୫ରୁ ୭ ତାରିଖ ମଧ୍ୟରେ ଚନ୍ଦ୍ରାୟନ-୩ ଚନ୍ଦ୍ର ଅର୍ବିଟରେ ପହଂଚିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା