Masthead

ଜୟଦେବ ଭବନ ସଭା ପାଇଁ ସସପେଣ୍ଡ, କ’ଣ ଘଟିଥିଲା ସେଠାରେ

ମେ ୮ରେ ରିଆକ୍ସନ, ଜୁଲାଇ ୧୫ରେ ଆକ୍ସନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କାହିଁକି କଟକ-ବାରବାଟୀ ବିଧାୟକଙ୍କ ଉପରେ ଲାଗିଲା ନିଲମ୍ବନ? କାହିଁକି କଂଗ୍ରେସରୁ ବିଦାହେଲେ ବସନ୍ତ ନନ୍ଦନ? ମେ ୮ରେ ରିଆକ୍ସନ, ଜୁଲାଇ ୧୫ରେ ଆକ୍ସନ । ୨ ମାସ ତଳେ ଠିକ୍ ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ ଭୁବନେଶ୍ୱର ଜୟଦେବ ଭବନରେ ସଭା ଡାକିଥିଲେ ବିଧାୟକ ମହମ୍ମଦ ମୋକିମ । ବିଷୟ ଥିଲା: ଜାନକୀ-ବସନ୍ତ ଯୋଡି, ଓଡ଼ିଶା ରାଜନୀତିର ସୁବର୍ଣ୍ଣର ଯୁଗ । ଯେଉଁ ସଭାରେ ଚିରଂଜୀବ ବିଶ୍ୱାଳ, ସୌମ୍ୟରଂଜନ ପଟ୍ଟନାୟକ ପ୍ରମୁଖ ଅତିଥି ଥିଲେ । ସେଠି ଯାହା ଚର୍ଚ୍ଚା ହେଲା, ତାହା ଦଳବିରୋଧୀ ବୋଲି ପିସିସି ସଭାପତି ଧରିଲା ବୋଲି କୁହାଯାଉଛି । ସେଠାରେ ଜାନକୀ-ବସନ୍ତ ଯୁଗ କଥା ଆଲୋଚନା ହେଉ ହେଉ ଏବେର କଂଗ୍ରେସ ଅବସ୍ଥା କଥା ବି ଉଠିଲା । ଏମିତି ଉଠିଲା ଯେ, ଚିରଂଜୀବ ତ କହିଲେ, ପିସିସି ସଭାପତିମାନଙ୍କ ପୁରୁଣା ରହିଛି । ନ ହେବା ଯାଏଁ ସବୁ ଠିକ୍ ନ ହେବା ଯାଏଁ କାହାକୁ ପଚାରନ୍ତି ନାହିଁ ।

ବସନ୍ତ ବିଶ୍ୱାଳଙ୍କ ପୁଅ ତ ଏହା କହିଥିଲେ । ଅନ୍ୟ ଅତିଥି ଜାନକୀ ବାବୁଙ୍କ ଜ୍ୱାଇଁ ତଥା ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ମୋତେ କଂଗ୍ରେସ କ’ଣ ପାଇଁ ବାହାର କରିଛି ଆଜିଯାଏଁ କହିପାରିଲା ନାହିଁ । ଏବେ ସବୁଆଡେ ଚର୍ଚ୍ଚା ହେଉଛି କଂଗ୍ରେସର ୯ ବିଧାୟକ ବିଜେଡିରେ ମିଶିଯିବେ ବୋଲି କହିଥିଲେ ସୌମ୍ୟରଂଜନ ପଟ୍ଟନାୟକ । ତେବେ ସଭା ପରେ ମୋକିମ କିନ୍ତୁ କହିଥିଲେ ଦଳର ଉଥାନ ପାଇଁ ଏଭଳି ସଭାର ଆୟୋଜନ ହୋଇଥିଲା ।

ସଭା ଡାକିଥିଲେ କଂଗ୍ରେସ ବିଧାୟକ । କଂଗ୍ରେସର ପୁରୁଣା କଥା ହେଉ ହେଉ ଆଜିର ଅବସ୍ଥାକୁ ନେଇ ଦଳ ସହିଥିଲା ସମାଲୋଚନା । ଏହାକୁ ଗଣ୍ଠି କରି ମୋକିମ ଓ ଚିରଂଜୀବଙ୍କୁ ଯାଇଥିଲା ଶୃଙ୍ଖଳା କମିଟିର ନୋଟିସ । ଏବେ ଆସିଛି ସସପେଣ୍ଡ ଅର୍ଡର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼