Masthead

ବିରୋଧୀଙ୍କୁ କାଉଂଟର ପାଇଁ ଏନଡିଏ କରୁଛି ମାନସମନ୍ଥନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିରୋଧୀଙ୍କ ଏକତାକୁ କାଉଂଟର କରିବାକୁ ଏନଡିଏ ବି କରୁଛି ମାନସମନ୍ଥନ । ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ହ୍ୟାଟ୍ରିକ । ଆଉ ସେଥିପାଇଁ ଖୋଜା ପଡିଛନ୍ତି ପୁରୁଣା ସାଥୀ । ଆଉ ଯେଉଁମାନେ ସାଥୀରେ ଅଛନ୍ତି, ସେମାନଙ୍କୁ ଏକାଠି କରିବାର ରଣନୀତି । ଦିଲ୍ଲୀରେ ଏନଡିଏର ବୈଠକ, ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାମିଲ ହୋଇଛନ୍ତି ୩୦ରୁ ଉଦ୍ଧ୍ୱର୍ ରାଜନୈତିକ ଦଳ । ବୈଠକ ପୂର୍ବରୁ ବିରୋଧୀଙ୍କୁ ଆକ୍ଷେପ କରିଥିଲେ ମୋଦି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଥିଲେ ବିରୋଧୀଙ୍କ ପାଖରେ ନା ଅଛନ୍ତି ନେତା, ନା ନୀତି ନା ଅଛି ନୈତିକତା । ଏନଡିଏକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକନାଥ ସିନ୍ଦେ କହିଛନ୍ତି, ଯେତେବେଳେ ବିରୋଧୀ ନିଜ ଲିଡର ବାଛି ପାରୁନାହାନ୍ତି, ସେଠି ମୋଦିଙ୍କ ଜିତିବାର ସୁଯୋଗ ବଢିଯାଉଛି । ସେମାନେ କେବଳ ମୋଦି ସରକାରଙ୍କ ଉପରେ ଅଭିଯୋଗ ଆଣିବା ପାଇଁ ଏଜେଣ୍ଡା ସେଟ କରୁଛନ୍ତି । ସେମାନଙ୍କ ଏହି ତୁତୁମେଁମେଁ ମଧ୍ୟରେ ଆଗାମୀ ନିର୍ବାଚନରେ ଏନଡିଏକୁ ଶକ୍ତିଶାଳି କରିବ ବୋଲି କହିଛନ୍ତି ସିନ୍ଦେ । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ ବିରୋଧୀ ବୈଠକର ଏଜେଣ୍ଡା ଲୋକଙ୍କ କଲ୍ୟାଣ ପାଇଁ ନୁହେଁ ବରଂ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହଟେଇବାର ପ୍ରୟାସ ବୋଲି କହିଛନ୍ତି । ଆମେ ୨୦୨୪ ଲୋକସଭା ନିର୍ବାଚନରେ ୩୫୦ରୁ ଅଧିକ ଆସନ ସହ ଜିତିବୁ ବୋଲି ସେ ମତ ବାଢିଛନ୍ତି । ତେବେ ଯୁବନେତା ଚିରାଗ ପାଶୱାନ ମଧ୍ୟ ଏନଡିଏ ୨୦୨୫ରେ ବିହାରରେ ସଫଳତା ହାତେଇବ ବୋଲି ଆଶାବାଦୀ ଅଛନ୍ତି । ଶାସକ ଓ ବିରୋଧୀଙ୍କ କଳି ମଧ୍ୟରେ କିଏ ବାଜି ମାରିବ, ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!