Masthead

ମଣିପୁରରେ ‘ଇଣ୍ଡିଆ’ ଟିମ; ସ୍ଥିତିର ସମୀକ୍ଷା କରିବେ, ରାଜ୍ୟପାଳଙ୍କୁ ଭେଟିବେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦୁଇ ଦିନିଆ ମଣିପୁର ଗସ୍ତରେ ‘ଇଣ୍ଡିଆ’ ଟିମ । ୨୧ ଜଣିଆ ସାଂସଦଙ୍କୁ ନେଇ ରାଜ୍ୟରେ ସ୍ଥିତିର ସମୀକ୍ଷା କରାଯିବ । ରାଜ୍ୟପାଳଙ୍କୁ ଭେଟିବ ଏହି ଦଳ । ସେପଟେ ଏହାକୁ ଏକ ପ୍ରହସନ କହିଛନ୍ତି ଶାସକ ଦଳର ସାଂସଦ । ଯାହାକୁ କାଉଂଟର କରୁଛନ୍ତି ମହାମେଂଟର ରାଜନେତା । ମଣିପୁରରେ ‘ଇଣ୍ଡିଆ’ ଟିମ । ସ୍ଥିତିର ସମୀକ୍ଷା ହେବ ନା ଜାରି ରହିବ ପ୍ରହସନ? ୨ ଦିନିଆ ମଣିପୁର ଗସ୍ତରେ ରହିଛି ବିରୋଧୀ ମେଂଟ ଇଣ୍ଡିଆ ୨୧ ଜଣିଆ ସାଂସଦଙ୍କ ଟିମ । ଯାହାକୁ ନେଇ ମୁହଁ ଖୋଳିଛନ୍ତି ଅନୁରାଗ ଠାକୁର । ଏହା ଏକ ପ୍ରହସନ ବୋଲି ସେ କହିଛନ୍ତି । ପଶ୍ଚିମବଙ୍ଗରେ ମହିଳାଙ୍କ ସୁରକ୍ଷାକୁ ନେଇ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀଙ୍କୁ ଟାର୍ଗେଟ କରିଛନ୍ତି ଅନୁରାଗ ଠାକୁର । ସେପଟେ ଏହି ଆରୋପରେ ପ୍ରତିକ୍ରିୟା ରଖିଛନ୍ତି ଅଧୀର ରଂଜନ ଚୌଧୁରୀ ।

ଆମେ ସେଠି କୌଣସି ନିର୍ବାଚନ ରଣନୀତି କରିବାକୁ ଯାଉନାହୁଁ । ସେଠି ମଣିପୁରବାସୀଙ୍କ ଦୁଃଖ ଓ ପୀଡ଼ାକୁ କମ କରିବା ପାଇଁ ଯାଉଛୁ । ଏହି ସମ୍ବେଦନଶୀଳ ପ୍ରସଙ୍ଗର ସମାଧାନ ବାହାର କରିବା ପାଇଁ ଚେଷ୍ଟା କରିବାକୁ ଯାଉଛୁ । ସେପଟେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟରେ ପୂର୍ବରୁ ସାଂସଦ ରବି କିଶନ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ଯାହାକୁ ନେଇ କାଉଂଟର କରିଛନ୍ତି ଆରଜେଡି ସାଂସଦ ମନୋଜ ଝା । ଯଦି ମଣିପୁରବାସୀଙ୍କ ପାଖକୁ ଯିବା ପ୍ରସଙ୍ଗକୁ ସେ ଏପରି ଟିପ୍ପଣୀ କରୁଛନ୍ତି, ତେବେ ତାଙ୍କୁ ମେଂଟାଲ ହସ୍ପିଟାଲକୁ ଯିବା ଉଚିତ ବୋଲି ସେ କହିଛନ୍ତି । ରାଜ୍ୟପାଳଙ୍କ ସହ ଭେଟି ଗ୍ରାଉଣ୍ଡ ଜିରୋ ରିପୋର୍ଟ ହାସଲ କରିବେ । ତେବେ ଏହାର ନିଷ୍କର୍ଷ ଉପରେ ରହିବ ସମସ୍ତଙ୍କ ନଜର ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼