Masthead

ଗଛ କଟାକୁ କେନ୍ଦ୍ର କରି ଆକ୍ରମଣ

ବିଞ୍ଝାରପୁର (ବଡ଼ ଖବର ବ୍ୟୁରୋ): ଗଛ କଟାକୁ କେନ୍ଦ୍ର କରି ପରିବାର ଲୋକଙ୍କୁ ସଙ୍ଗବଦ୍ଧଭାବେ ଆକ୍ରମଣ । ଏଭଳି ଘଟଣା ଘଟିଛି ଯାଜପୁର ବିଂଝାରପୁର ବ୍ଲକ ଅନ୍ତର୍ଗତ ଘଣ୍ଟିଆଳି ପଞ୍ଚାୟତର ଲେଙ୍କାସାହି ଗ୍ରାମରେ । ଅଭିଯୋଗ ଅନୁଯାୟୀ ସେହି ଗ୍ରାମର ଅଭିରାମ ବେହେରା, କେଦାର ବେହେରା ଓ ସରୋଜ ବେହେରା ଗତ ଚାରି ତାରିଖ ଅପରାହ୍ନରେ ଉପେନ୍ଦ୍ର ରାଉତ ଓ ତାଙ୍କ ପରିବାରର କେହି ପୁରୁଷ ସଦସ୍ୟ ଘରେ ନଥିବାବେଳେ ତାଙ୍କ ଘର ସମ୍ମୁଖରେ ମଦ୍ୟପାନ କରି ତାଙ୍କ ପରିବାରର ସ୍ତ୍ରୀ ଲୋକମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।

ଘରେ ଲାଗିଥିବା ଇଲେଟ୍ରି ମିଟର, ଗଛ, ଚଉଁରା ଓ ଅନ୍ୟାନ ଆସବାପତ୍ର କୁ ଭାଙ୍ଗିବା ସହ ଘରର ଫାଟକ ଭାଙ୍ଗି ଘର ଭିତରେ ପଶି ଉପସ୍ଥିତ ଥିବା ଘରର ମହିଳାମାନଙ୍କୁ ଅସଦାଚରଣ କରିଥିଲେ । ତାଙ୍କ ସୁନା ଗହଣା ଛଡ଼ାଇ ନେଇଯିବା ସହ ହତ୍ୟା ଧମକ ମଧ୍ୟ୍ୟ ଦେଇଛନ୍ତି । ଉପେନ୍ଦ୍ର ରାଉତଙ୍କ ପରିବାର ସଦସ୍ୟଙ୍କ ଦାବି ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରି ଆଇନ ଅନୁଯାୟୀ ଦଣ୍ଡ ଦିଆଯାଉ । ବିଂଝାରପୁର ପୋଲିସ ଘଟଣାସ୍ଥଳରେ ପହଁଚି ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଛି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର