ଦିଲ୍ଲୀ ପରିବା ମଣ୍ଡିରେ ଭୁଶୁଡିଲା କୋଠା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ରାଜଧାନୀ ଦିଲ୍ଲୀର ପରିବା ମଣ୍ଡିରେ ଥିବା ଏକ ୩ ମହଲା କୋଠା ହଠାତ୍ ଭୁଶୁଡି ପଡିଛି । କୋଠା ଭୁଶୁଡିବା ଫଳରେ ଅନେକ ଲୋକ ଏହା ତଳେ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି । ତେବେ ବିଲଣ୍ଡିଂ ତଳୁ ୨ ଛୋଟ ପିଲାଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।

ତେବେ ଦିଲ୍ଲୀ ପୋଲିସର କହିବା ଅନୁଯାୟୀ ଉଦ୍ଧାରକାରୀ ଦଳ ଜଣେ ମହିଳାଙ୍କ ସମେତ ଭୁଶୁଡିଥିବା କୋଠା ତଳୁ ୩ ଜଣଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ୩ ଜଣଙ୍କ ମଧ୍ୟରୁ ଦୁଇଜଣ ଛୋଟ ପିଲାଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳାଙ୍କ ଅବସ୍ଥା ଗୁରୁତ୍ୱର ରହିଛି । ବିଲଣ୍ଡିଂ ଭୁଶୁଡିବା ଯୋଗୁ ଗୋଟିଏ କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କୋଠା ଭୁସୁଡିବା ଫଳରେ ଏହା ଆଖପାଖରେ ଥିବା କୋଠା ମଧ୍ୟ ଦୋହଲି ଯାଇଥିବା ନେଇ ସ୍ଥାନୀୟ ଲୋକମାନେ କହିଛନ୍ତି ।

ତେବେ ଏହି ଘଟଣାଟି ରାଜଧାନୀ ଦିଲ୍ଲୀର ମଲ୍ଲକା ଅଞ୍ଚଳରେ ଥିବା ପରିବା ମଣ୍ଡିରେ ଘଟିଛି । ଏପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ପରିବା ମଣ୍ଡିରେ ବିଲଣ୍ଡିଂ ଭୁସୁଡିବା ଏକ ଦୁଃଖଦ ଘଟଣା । ମୁଁ ନିଜେ ଏହି ଘଟଣାର ତଦନ୍ତ ନେଇ ନିର୍ଦ୍ଦଶ ଦେଇଛି । ତେବେ ପ୍ରଶାସନ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!