Masthead

ସରକାରୀ ଅର୍ଥର ଦୁରୁପଯୋଗ: ଜବାବ ମାଗିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଲୋକଙ୍କ ପାଖରେ ସେବା ପହଞ୍ଚାଇବା ପାଇଁ ଓ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଅନୁଧ୍ୟାନ କରିବା ପାଇଁ ଅଧିକାରୀମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରାକର । ଫଳରେ ସରାକାରୀ ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରି ବିଭାଗକୁ ରିପୋର୍ଟ ଦେଉଛନ୍ତି । ହେଲେ କିଛି ଅଧିକାରୀ ସୁବିଧାର ଦୁରୁପଯୋଗ କରୁଥିବା ଦେଖବାକୁ ମିଳିଛି । ସରକାରୀ ଗାଡିରେ ମନଇଚ୍ଛା ତେଲ ଖର୍ଚ୍ଚକରି ବୁଲାବୁଲି କରୁଛନ୍ତି ।

ଏଥି ନିମନ୍ତେ ସମବାୟ ବିଭାଗର ମୁଖ୍ୟ ଶାସନ ସଚିବ ନିକଟରେ ନିଜ ବିଭାଗର ଜଣେ ମହିଳା ଅଧିକାରୀଙ୍କ ଗସ୍ତକୁ ନେଇ ଆପତ୍ତି ଉଠାଇଛନ୍ତି । ସମବାୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସନ୍ତୋଷ କୁମାର ଦାଶ ମହିଳା ଅଧିକାରୀ ଜଣଙ୍କ ଭାବରେ ଅର୍ଥ ବିଭାଗର ନିୟମକୁ ବେଖାତିର କରି କିଭଳି ଗାଡି ଓ ପେଟ୍ରୋଲକୁ ବ୍ୟବହାର କରିଛନ୍ତି ସେନେଇ ଜବାବ ଲୋଡିଛନ୍ତି । ସଂପୃକ୍ତ ମହିଳା ଅଧିକାରୀ ମାର୍ଚ୍ଚ୩ରେ ବ୍ରହ୍ମପୁର, ୪ରେ ନୟାଗଡ,୧୨ରେ ଯାଜପୁରକୁ ସରକାରୀ ଗସ୍ତରେ ଯାଇଥିବାବେଳେ ମାତ୍ରାଧିକ ପୋଟ୍ରୋଲ ବ୍ୟବହାର କରିଥିଲେ ଯାହାକି ବଡ ବ୍ୟତିକ୍ରମ ଅଟେ କାରଣ ଅର୍ଥ ବିଭାଗର ୨୦୧୯ ସେପ୍ଟେମ୍ବର ନିର୍ଦ୍ଦେଶନାମା ଆନୁସାରେ କେଉଁ ଅଧିକାରୀ ଦିନକୁ କେତେ ଲିଟର ପେଟ୍ରୋଲ ବ୍ୟବହାର କରିପାରିବେ ଏବଂ ମାସକୁ ୨ହଜାର କିମି ଜଣେ ସରାକାରୀ ଅଧିକାରୀ ଗସ୍ତ କରିପାରିବେ ବୋଲି ସ୍ପଷ୍ଟ ହୋଇଥିବାେବେଳ ସଂପୃକ୍ତ ମହିଳା ଅଧିକାରୀ ଜଣଙ୍କ ଗୋଟିଏ ମାସରେ ୨୮୯୭ କିମି ଗସ୍ତ କରିଛନ୍ତି ।

ଏନେଇ ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ନିୟମାନୁଯାୟୀ ସରାକାରୀ କାର୍ଯ୍ୟ ଦିବସରେ ଜଣେ କର୍ମଚାରୀ ୫ ଲିଟର ପୋଟ୍ରୋଲ ବ୍ୟବହାର କରିପାରିବେ । ମାତ୍ର ସରାକାରୀ ଗସ୍ତ ରହିଲେ ଅଧିକ ବ୍ୟବହାର କରିପାରିବେ କିନ୍ତୁ ଉଚ୍ଚ କର୍ତ୍ତୁପକ୍ଷଙ୍କ ଅନୁମୋଦନ ଆବଶ୍ୟକ । ଏ ସଂକ୍ରାନ୍ତରେ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦପାଢୀଙ୍କୁ ଯୋଗାଯୋଗ କରାଯିବ ପରେ ସେ କହିଛନ୍ତି ଏ ବିଭାଗ ତାଙ୍କ ପାଇଁ ନୂଆ । ଯାହା କିଛି ବ୍ୟତିକ୍ରମ ହୋଇଛି ତାହା ଅନୁଧ୍ୟାନ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି