Masthead

କୋଭିଡ଼ ହସ୍ପିଟାଲରେ ଅବ୍ୟବସ୍ଥା, ଉଲଗ୍ନ ଅବସ୍ଥାରେ ପଡ଼ି ରହିଛନ୍ତି ରୋଗୀ

ବାରିପଦା(ବଡ଼ ଖବର ବ୍ୟୁରୋ): କୋଭିଡ଼ ହସ୍ପିଟାଲରେ ଅବ୍ୟବସ୍ଥା । ମୟୂରଭଞ୍ଜ ଜିଲ୍ଲା ବାରପଦା ବାଙ୍କିଶୋଳ କିମ୍ସ କୋଭିଡ ହସ୍ପିଟାଲରୁ ଆସିଛି ହୃଦୟ ବିଦାରକ ଦୃଶ୍ୟ । ଉଲଗ୍ନ ଅବସ୍ଥାରେ ପଡିରହିଛନ୍ତି ରୋଗୀ । ଜଣେ କି ଦୁଇ ଜଣ ନୁହେଁ ଏକାଧିକ ରୋଗୀଙ୍କ ଚିକିତ୍ସାରେ କରାଯାଉଛି ଅଭାବ । ଚିକିତ୍ସା ଅଭାବରୁ ପାଇଖାନା, ରୋଷେଇ ଘର, ବାରଣ୍ଡାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ରୋଗୀ । ତେବେ କତ୍ତୃପକ୍ଷ ସବୁ ଦେଖୁଛନ୍ତି ହେଲେ କାର୍ଯ୍ୟ ଶୂନ ।

ଏପରି ଚିତ୍ର ସରକାରଙ୍କ କୋଭିଡ ପରିଚାଳନାକୁ ପରିହାସ ସଦୃଶ । କରୋନା ରୋଗୀଙ୍କ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା କିନ୍ତୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଲା ପରେ ବି ଜିଲ୍ଲାପାଳ ଚୁପ୍ ରହିଛନ୍ତି । ତେବେ କୋଭିଡ଼ ପରିଚାଳନା ସଠିକ ହେଉଥିବା କୁହାଯାଉଥିବା ବେଳେ ଏପରି ଅବ୍ୟବସ୍ଥା ପାଇଁ ଦାୟୀ କିଏ? ଆଉ ଯଦି ପରିଚାଳନା ଠିକ ଚାଲୁଛି ଏପରି ଦୃଶ୍ୟ କିପରି ଆସିଲା ତାହା ଏକ ବଡ଼ ପ୍ରଶ୍ନ । ଏଭଳି ଦୃଶ୍ୟ ଭାଇରାଲ ହେବା ପରେ ଜନ ସାଧାରଣରେ ମଧ୍ୟ ଅସନ୍ତୋଷ ବୃଦ୍ଧି ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା