Masthead

ଜନତାଙ୍କ ସାମ୍ନାରେ ନିଜ ଭୁଲ ମାନିବାକୁ ପ୍ରସ୍ତୁତ ନାହାନ୍ତି ମୋଦି: ଗୌରବ ଗୋଗୋଇ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଣିପୁର ପ୍ରସଙ୍ଗରେ ବିରୋଧୀ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ । ଗୃହରେ ଲାଗିରହିଛି ହଟ୍ଟଗୋଳ । ଅନାସ୍ଥା ପ୍ରସ୍ତାବକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ଗୌରବ ଗୋଗୋଇ । ସେ କହିଛନ୍ତି ‘ମଣିପୁରର ମୁଖ୍ୟମନ୍ତ୍ରୀ ରାଜଧର୍ମ ପାଳନ କରନ୍ତୁ’ । ବିଜେପିର ଡବଲ ଇଞ୍ଜିନ ସରକାର ମଣିପୁରରେ ବିଫଳ ହୋଇଛି । ବିଜେପି କରୁଥିବା ରାଜନୀତି ହେତୁ ଆଜି ମଣିପୁର ଦୁଇଫାଳ ହୋଇଛି । ମଣିପୁରରେ ଆଜି ବି ଇଣ୍ଟରନେଟ ସେବା ବିଛିନ୍ନ, ସ୍କୁଲ ଯାଇ ପାରୁନାହାନ୍ତି ଛାତ୍ରଛାତ୍ରୀ । ଯଦି ଭିଡ଼ିଓ ଭାଇରାଲ ହୋଇନଥାନ୍ତା ତେବେ ପ୍ରଧାନମନ୍ତ୍ରୀ ଏବେ ମଧ୍ୟ ଚୁପ୍ ରହିଥାନ୍ତେ । ପ୍ରଧାନମନ୍ତ୍ରୀ ଚୁପ ରହିବାର କାରଣ ରାଜ୍ୟ ସରକାରଙ୍କ ଛବି ଖରାପ ନହେଉ । କେନ୍ଦ୍ର ସରକାରଙ୍କ ଗୃହବିଭାଗ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ସମସ୍ତେ ବିଫଳ ହୋଇଛନ୍ତି । ମଣିପୁରବାସୀଙ୍କ ଦାବି ତାଙ୍କୁ ନ୍ୟାୟ ମିଳୁ । ପ୍ରଧାନମନ୍ତ୍ରୀ ନିଜର ଭୁଲ ମାନିବାକୁ ପ୍ରସ୍ତୁତ ନାହାନ୍ତି । ମୌନ ରହିବାକୁ ପସନ୍ଦ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜନତାଙ୍କ ସାମ୍ନାରେ ନିଜ ଭୁଲ ମାନିବାକୁ ପ୍ରସ୍ତୁତ ନାହାନ୍ତି ମୋଦି ।

ଭାରତ ପାଇଁ ଗର୍ବ ଓ ଗୌରବ ଆଣିଥିବା ମହିଳା କୁସ୍ତିଯୋଦ୍ଧା ଯେତେବେଳେ ସଡକରେ ବିରୋଧ କରୁଥିଲେ ସେତେବେଳେ ପ୍ରଧାନମନ୍ତ୍ରୀ ଚୁପ୍ ଥିଲେ । କୃଷି ଆନ୍ଦୋଳନରେ ୭୫୦ ଚାଷୀ ଭାଇଙ୍କ ଜୀବନ ଯାଇଥିଲା ସେତେବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ଚୁପ୍ ଥିଲେ ।ଦିଲ୍ଲୀରେ ହିଂସା ବେଳେ ପ୍ରଧାନମନ୍ତ୍ରୀ ଚୁପ ଥିଲେ । ଅଦାନୀ ପ୍ରସଙ୍ଗରେ ପ୍ରଶ୍ନ ପଚାରିବା ବେଳେ ପ୍ରଧାନମନ୍ତ୍ରୀ ଚୁପ ଥିଲେ । ପୁଲୱାମା ଘଟଣା ପୂର୍ବରୁ ସେନା ଯବାନଙ୍କ ପାଇଁ ସୁରକ୍ଷା ମାଗିଥିଲେ ପୂର୍ବତନ ରାଜ୍ୟପାଳ । କିନ୍ତୁ କୌଣସି ସୁରକ୍ଷା ମିଳିନଥିଲା । ରାଜ୍ୟପାଳ ଏହି ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଚୁପ ରହିଥିଲେ । ମଣିପୁରରେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଥିଲା କିନ୍ତୁ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକରେ ଭୋଟ ମାଗୁଥିଲେ । ଏଭଳି କଡ୍ଡା ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ଗୌରବ ଗୋଗୋଇ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ