WhatsApp Image 2023-08-11 at 1.39.21 PM

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇସି ଚୟନ ପ୍ରକ୍ରିୟାରୁ ବାଦ ପଡିବେ ସିଜେଆଇ । ରାଜ୍ୟ ସଭାରେ ସରକାର ଆଣିଲେ ବିଲ୍ । ଯାହାକୁ ନେଇ ଉପୁଜୁଛି ବିବାଦ ଓ ପିଏମଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ କରିଛନ୍ତି ବିରୋଧୀ । ବଦଳିବ ଆଉ ଏକ ସୁପ୍ରିମ୍ ଫୈସଲା । ଇସି ଚୟନ ପ୍ରକ୍ରିୟାରୁ ବାଦ ପଡିବେ ସିଜେଆଇ । ରାଜ୍ୟ ସଭାରେ ସରକାର ଆଣିଲେ ବିଲ୍ । ଦେଶର ମୁଖ ନିର୍ବାଚନ ଆୟୁକ୍ତ ଓ ଅନ୍ୟ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ମୁଖ୍ୟ ନିର୍ବାଚନ କମିଶନର ତଥା ଅନ୍ୟ ନିର୍ବାଚନ କମିଶନର ବିଲ୍‌, ୨୦୨୩ ଗୁରୁବାର ରାଜ୍ୟସଭାରେ ଆଇନମନ୍ତ୍ରୀ ଅର୍ଜୁନରାମ ମେଘୱାଲଙ୍କ ଦ୍ୱାରା ଆଗତ ହୋଇଥିଲା ।

ବିଲ୍‌ରେ କୁହାଯାଇଛି ଯେ, ଏକ ତିନିଜଣ ପ୍ୟାନେଲରେ ପ୍ରଧାନମନ୍ତ୍ରୀ ,ଲୋକସଭାର ବିରୋଧୀ ଦଳ ନେତା ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ କ୍ୟାବିନେଟ ମନ୍ତ୍ରୀ ରହିବେ । ଏହି ବିଲ୍ ଆଇନରେ ପରିଣତ ହେଲେ ନ୍ୟାୟପାଳିକା-ସରାକର ବିବାଦରେ ଏକ ନୂଆ ଅଧ୍ୟାୟ ଯୋଡି ହୋଇପାରେ । ବିଲ୍ କୁ କଂଗ୍ରେସ, ଆପ ସମେତ ଅନ୍ୟ ବିରୋଧୀ ଦଳମାନେ ବିରୋଧ କରିଛନ୍ତି । ସେମାନେ କହିଛନ୍ତି ସରକାର ସୁପ୍ରିମ କୋର୍ଟରେ ୫ ଜଣିଆ ସମ୍ବିଧାନ ପୀଠଙ୍କ ଆଦେଶ ବିରୋଧରେ ବିଲ୍ ଆଣି ତାହାକୁ ଦୁର୍ବଳ କରିଦେଉଛନ୍ତି । ସୁପ୍ରିମକୋର୍ଟ ମାର୍ଚ୍ଚରେ ଏକ ଆଦେଶରେ କହିଥିଲେ ପ୍ରଧାନମନ୍ତ୍ରୀ, ଭାରତର ପ୍ରଧାନ ବିଚାରପତି ଓ ବିରୋଧୀ ଦଳ ନେତାଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ସିଇସି ନିଯୁକ୍ତି କରିବେ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି ଲେଖିଛନ୍ତି, ଏହି ବିଲ୍ ଜରିଆରେ ସରକାର ସର୍ବୋଚ୍ଚ ଅଦାଲତଙ୍କ ଆଉ ଏକ ନିଷ୍ପତ୍ତିକୁ ଓଲଟାଇ ଦେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ସୁପ୍ରିମକୋର୍ଟଙ୍କୁ ମାନୁନାହାନ୍ତି । ସୁପ୍ରିମକୋର୍ଟଙ୍କ ଯେଉଁ ଆଦେଶ ତାଙ୍କ ପସନ୍ଦକୁ ଆସୁନାହିଁ ନିଜ ପସନ୍ଦ ଅନୁସାରେ ସଂସଦରେ ଆଇନ ପ୍ରଣୟନ କରି ତାହାକୁ ଓଲଟାଇ ଦେଉଛନ୍ତି । ଏହା ଅତ୍ୟନ୍ତ ବିପଦଜନକ ସ୍ଥିତି । କଂଗ୍ରେସ ପ୍ରତିକ୍ରିୟା ରଖି କହିଛି, ନିର୍ବାଚନ କମିଶନଙ୍କୁ ପ୍ରଧାନମନ୍ତ୍ରୀଙ୍କ ହାତରେ କଣ୍ଢେଇ କରି ରଖିବାକୁ ସରକାର ପ୍ରୟାସ କରୁଛନ୍ତି । ଏହା ଏକ ଅସାମ୍ବିଧାନିକ, ମନମୁଖୀ ଓ ଅନ୍ୟାୟ ବିଲ୍ । ସମ୍ବିଧାନପୀଠ ସର୍ବସମ୍ମତି କ୍ରମେ ଦେଇ ଫୈସଲାରେ ଉଲ୍ଲେଖ ଥିଲା, ଯେ ପର୍ଯ୍ୟନ୍ତ ସଂସଦରେ ଆଇନ ହୋଇନାହିଁ, ସେ ପର୍ଯ୍ୟନ୍ତ ଏ ବ୍ୟବସ୍ଥା ବଳବତ୍ତର ରହିବ ।

ସୁପ୍ରିମକୋର୍ଟଙ୍କ ଫଇସଲା ଆସିବା ପୂର୍ବରୁ କେନ୍ଦ୍ର ସରକାର ଇସି ନିହୁକ୍ତି କରି ଆସୁଥିଲେ । ଏହି ବିଲ ଅନୁସାରେ ଭବିଷ୍ୟତରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ତିନି ଜଣିଆ କମିଟି ଗଠନ ହେବ । ଏହି କମିଟିର ଅନୁମୋଦନ ପରେ ସିଇସି ଓ ଇସିଙ୍କୁ ନିଯୁକ୍ତି ଦିଆଯିବ । ତେବେ ଲୋକସଭାରେ ବିରୋଧୀ ଦଳର ନେତା ତଥା କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଏହି କମିଟିର ସଦସ୍ୟ ରହିବେ । ଏହି ନିଯୁକ୍ତି ଚୟନ ପ୍ରକ୍ରିୟାରେ କରାଯାଇଥିବା ପରିବର୍ତ୍ତନକୁ ନେଇ ଦେଖାଦେଉଛି ବିବାଦ । କୁହାଯାଉଛି ଯେ ସିଇସି ଓ ଇସି ନିଯୁକ୍ତିରେ ଭାରତର ପ୍ରଧାନ ବିଚାରପତିଙ୍କ ସ୍ଥାନରେ କ୍ୟାବିନେଟ ମନ୍ତ୍ରୀଙ୍କ ସହ ବଦଳାଇବାକୁ ଚେଷ୍ଟା କରାଯାଉଛି ।

ଯାହା ଫଳରେ ସରକାରଙ୍କୁ ପୋଲ ପ୍ୟାନେଲ ସଦସ୍ୟଙ୍କ ଉପରେ ନିୟନ୍ତ୍ରଣ କରିବାକୁ ଅନୁମତି ଦିଆଯାଇଛି । ଗୃହରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ମୁଖ୍ୟ ନିର୍ବାଚନ କମିଶନର ତଥା ନିର୍ବାଚିତ କମିଶନର ନିଯୁକ୍ତି ବିଲ ରାଜ୍ୟସଭାରେ ଉପସ୍ଥାପନ କରିଥିଲେ । ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ନାଁରେ ସଭାପତି, ବିପକ୍ଷର ନେତା ଓ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀଙ୍କ ସ୍ୱୀକୃତିକ୍ରମେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱାରାନିତ କରାଯିବ । ଯଦି ଲୋକସଭାରେ କୌଣସି ପ୍ରତିପକ୍ଷ ନଥିବେ, ତେବେ ଗୃହରେ ବିରୋଧୀଙ୍କ ସବୁଠାରୁ ବଡ଼ ଦଳର ନେତାଙ୍କୁ ଏହି କମିଟିରେ ସାମିଲ କରାଯିବ । ଏହି ନୂଆ ବିଲକୁ ବିରୋଦ କରିଛନ୍ତି ବିରୋଧୀ । ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଅଦାଲତ ଏକ ନିରପେକ୍ଷ କମିଟି ଗଠନ କରିଛନ୍ତି, ଯେଉଁଥିରେ ନିରପେକ୍ଷ ନିର୍ବାଚନ କମିଶନର ନିଯୁକ୍ତ ହେବେ ।

କିନ୍ତୁ ଅଦାଲତର ନିଷ୍ପତିକୁ ପ୍ରତ୍ୟାହାର କରି ପିଏମ ଏକ କମିଟି ଗଠନ କରିଛନ୍ତି । ଯାହା ତାଙ୍କ ନିୟନ୍ତ୍ରଣରେ ରହିବ । ଏହା ମାଧ୍ୟମରେ ସେ ନିଜ ମନୋନୀତ ବ୍ୟକ୍ତିଙ୍କୁ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଦେଇପାରିବେ । ଏହି ଭଳି ନିଷ୍ପତ୍ତି ଭାରତୀୟ ଗଣତନ୍ତ୍ରକୁ ଦୁର୍ବଳ କରୁଛନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି କେଜ୍ରିୱାଲ । ପ୍ରସ୍ତାବିତ କମିଟିରେ ବିଜେପିର ଦୁଇ ଜଣ ଓ କଂଗ୍ରେସରୁ ଜଣେ ସଦସ୍ୟ ରହିବେ । ମୋଟାମୋଟି ଭାବେ ସିଇସି ଓ ଇସି ବିଜେପି ଅଧୀନରେ ରହିବେ । ତେବେ ଏହି ବିଲରେ ମୋହର ବାଜିବ କି ନାହିଁ ତାହା ଦେଖିବା ବାକି ରହିଲା ।

 

Leave a Reply

Your email address will not be published. Required fields are marked *