Masthead

ରାସ୍ତା ନଥିବାରୁ ଭାର କରି ଶିଖାରେ ବୁହାହେଲେ ଗର୍ଭବତୀ

ବାଂଶପାଳ(ବଡ଼ ଖବର ବ୍ୟୁରୋ): ରାସ୍ତା ନଥିବାରୁ ଭାର କରି ଶିଖାରେ ବୁହାହେଲେ ଗର୍ଭବତୀ । ଏଭଳି ବିକଳ କରୁଣ ଚିତ୍ର ଦେଖିବାକୁ ମିଳିଛି, ଖଣି ଖାଦାନରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ କୁମୁଣ୍ଡି ପଞ୍ଚାୟତ ଶୁଆକାଠି ଉପରଉରମୁଣ୍ଡା ଗ୍ରାମରରେ । ଗ୍ରାମର ରଇଦାଶ ମୁଣ୍ଡାଙ୍କ ସ୍ତ୍ରୀ ଗୁରୁବାରୀ ମୁଣ୍ଡା ଗର୍ଭବତୀ ଥିବାରୁ ହଠାତ୍ ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା ।

ଗର୍ଭଯନ୍ତ୍ରଣା ଦେଖି ତାଙ୍କ ସ୍ୱାମୀ ଆଶାକର୍ମୀଙ୍କୁ ଜଣାଇ ଥିଲେ । ଆଶାକର୍ମୀ ଆମ୍ବୁଲାନ୍ସକୁ କଲ କରି ଆମ୍ବୁଲାନ୍ସକୁ ଡାକିଥିଲେ । କିନ୍ତୁ ଦୁଃଖର ବିଷୟ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆଧା ବାଟରେ ହିଁ ରହିଯାଇଥିଲା । ଫଳରେ ବର୍ଭବତୀ ମହିଳାଙ୍କୁ ପ୍ରାୟ ଦେଢ କିଲୋମିଟର ହେବ ଶିଖାରେ ଭାରକରି ଵିଲୋ ଖମାର କାଦୁଅ ପଚ ପଚ ରାସ୍ତାରେ  ବୋହି ନେଇ ଆମ୍ବୁଲାନ୍ସ ପାଖକୁ ପହଞ୍ଚାଇଥିଲେ ।

ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ପରେ ଆମ୍ବୁଲାନ୍ସଟି ବାଂଶପାଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଗର୍ଭବତୀ ମହିଳାଙ୍କୁ ପହଞ୍ଚାଇଥିଲା । ଏବେ ଗର୍ଭବତୀ ମହିଳା ମେଡିକାଲରେ ଦ୍ୱିତୀୟ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏଭଳି ଛାତି ଥରା ଦୃଶ୍ୟ ଦେଖି ସରକାରଙ୍କ ନାରା ପିଟୁଥିବା ବିକାଶର କଥା ସମସ୍ତଙ୍କୁ ବ୍ୟଥିତ କରି ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା