Masthead

ଅକ୍ଟୋବରରେ ଓଡିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆସନ୍ତା ଅକ୍ଟୋବରରେ ମାସରେ ଓଡିଶା ଆସିବେ ରାହୁଲଗାନ୍ଧୀ । ସେହିପରି ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଅକ୍ଟୋବରରେ ଓଡିଶା ଆସିପାରନ୍ତି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ । ଆଗୁଆ ନିର୍ବାଚନ ନେଇ ଓଡିଶା ରାଜନୀତି ସରଗରମ ହୋଇଥିବାବେଳେ ରାହୁଲ ଓ ପ୍ରିୟଙ୍କାଙ୍କ ଓଡିଶା ଗସ୍ତ ବେଶ ଗୁରୁତ୍ୱ ରଖୁଛି ।

ପିସିସି ସଭାପତି ପରିବର୍ତ୍ତନ ପରେ ଓଡିଶା ଆସିନାହାନ୍ତି ରାହୁଲ । ତେଣୁ ରାହୁଲ ଓଡିଶା ଆସି ଦଳୀୟକର୍ମୀଙ୍କୁ କ’ଣ ମନ୍ତ୍ର ଦେବେ ଏବେ ତାହା ଉପରେ ସମସ୍ତଙ୍କ ନଜର । ଦିନକୁ ଦିନ ରାଜ୍ୟରେ କଂଗ୍ରେସ ଦୁର୍ବଳ ହେଉଥିବାବେଳେ ରାହୁଲ ଗାନ୍ଧୀଙ୍କ ଗସ୍ତ କଂଗ୍ରେସକର୍ମୀଙ୍କ ମନରେ ଜୋଶ ଭରିବ ଏବଂ ଦଳକୁ ସଙ୍ଗଠିତ କରିବାରେ ସହାୟକ ହେବ ବୋଲି କହିଛନ୍ତି ଅଧିରାଜ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ