Masthead

ଆଜି ଭାରତ-ନେପାଳ ମୁକାବିଲା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ପଞ୍ଚମ ଲିଗ ମ୍ୟାଚ ଖେଳାଯିବ । ଏଥିରେ ପ୍ରଥମ ଥର ପାଇଁ ଭାରତକୁ ଭେଟିବ ନେପାଳ ।  ଏହି ମ୍ୟାଚ୍‌ ଭାରତ ପାଇଁ ଜିତିବା ଅତ୍ୟନ୍ତ ଜରୁରୀ ହୋଇଯାଇଛି। ପାକିସ୍ତାନ ବିପକ୍ଷ ବାତିଲ ମ୍ୟାଚ୍‌ରୁ ଭାରତ ମାତ୍ର ଗୋଟିଏ ପଏଣ୍ଟ ପାଇଥିବାରୁ ଏହି ମ୍ୟାଚ୍ ରୋହିତ ଶର୍ମାଙ୍କ ଦଳ ପାଇଁ କର ବା ମର ଭଳି ହୋଇଛି। ପୂର୍ବ ମ୍ୟାଚ ଭଳି ଏହି ମ୍ୟାଚରେ ମଧ୍ୟ ବର୍ଷା ବାଧକ ସାଜିବାର ଆଶଙ୍କା ଅଛି । ଯଦି ମ୍ୟାଚ ଧୋଇଯାଏ ତେବେ ଭାରତ ପାଇଁ ସୁପର-୪ରେ ପ୍ରବେଶ କରିବା କଷ୍ଟକର ହୋଇଯିବ ।

ପାକିସ୍ତାନ ବିପକ୍ଷରେ ଭାରତର ଶୀର୍ଷକ୍ରମ ବିଫଳ ‌ହୋଇଥିବାରୁ ଏହି ମ୍ୟାଚ୍‌ରେ ସେମାନଙ୍କୁ ଆତ୍ମବିଶ୍ବାସ ପାଇଁ ବ୍ୟାଟିଂ ସୁଯୋଗର ଆବଶ୍ୟକତା ରହିଛି। ଏପରିକି ଭାରତୀୟ ବୋଲର ଅଦ୍ୟାବଧି ଗୋଟିଏ ବି ବଲ୍‌ ବୋଲିଂର ସୁଯୋଗ ପାଇନଥିବାରୁ ସେମାନେ ମଧ୍ୟ ମ୍ୟାଚ୍‌ ପ୍ରାକ୍ଟିସ୍‌ ସହ ସୁପର୍‌ ଫୋର୍‌ ଯିବା ଆଶା ରଖିଛନ୍ତି। ପାକିସ୍ତାନ ନିଜର ଗ୍ରୁପ୍‌ ଅଭିଯାନ ଶେଷ କରି ସୁପର-୪ପହଞ୍ଚିସାରିଛି। ପ୍ରଥମ ମ୍ୟାଚ୍‌‌ରେ ବାବର ଆଜମଙ୍କ ଦଳ ନେପାଳକୁ ୨୩୮ ରନ୍‌ରେ ପରାସ୍ତ କରିଥିଲା। ଆଜି ବିଜୟ ଖାତା ଖୋଲିବାକୁ ପ୍ରୟାସ କରି ନେପାଳ । ଅପରାହ୍ନ ୩ଟାରେ କାଣ୍ଡି ପାଲ୍ଲେକାଲ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ