Masthead

କୂଟନୈତିକ ସହଯୋଗ ଅଭାବ ଦର୍ଶାଇ ଭାରତରେ ନିଜ ଦୂତାବାସ ବନ୍ଦ କଲା ଆଫଗାନିସ୍ତାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତରେ ନିଜ ଦୂତାବାସ ବନ୍ଦ କଲା ଆଫଗାନିସ୍ତାନ ।ଦିଲ୍ଲୀ ସ୍ଥିତ ଦୂତାବାସ ବନ୍ଦ ନେଇ ଆଫଗାନିସ୍ତାନର ଘୋଷଣା । ବନ୍ଦ ପାଇଁ ୨ଟି ପ୍ରମୁଖ କାରଣ ଦର୍ଶାଇଛି ଦୂତାବାସ । ବନ୍ଦ ନିଷ୍ପତ୍ତିକୁ ଅତ୍ୟନ୍ତ ଦୁଃଖଦ ଓ ନିରାଶଜନକ କହି ପ୍ରେସ୍‌ରିଲିଜ୍ । ପ୍ରେସ୍‌ରିଲିଜ୍‌ରେ ତାଲିବାନୀ ଶାସନକୁ ଦାୟୀ କରିଛି ଦୂତାବାସ । ଆତିଥ୍ୟତା ଦେଇଥିବା ସରକାରଙ୍କ (ଭାରତ)ସହଯୋଗ ଅଭାବ ଏବଂ ଆଶାନୁରୂପେ ଆଫଗାନିସ୍ତାନର ସ୍ବାର୍ଥ ରକ୍ଷା କରିବାରେ ବିଫଳ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା ଦର୍ଶାଯାଇ ବିବୃତିରେ କୁହାଯାଇଛି ଯେ, ଆତିଥ୍ୟତା ଦେଇଥିବା ସରକାରଙ୍କଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟଗୁଡ଼ିକରେ ସହଯୋଗ ନ ମିଳିବା ଫ‌ଳରେ ଫଳପ୍ରଦ କାର୍ଯ୍ୟ ନିର୍ବାହରେ ବାଧା ଉପୁଜିଲା। ଅବଶ୍ୟ କାବୁଲରେ ଏକ ବୈଧ ସରକାରର ଅନୁପସ୍ଥିତି ମଧ୍ୟ ଏଥିପାଇଁ ଦାୟୀ। ୨୦୨୧ରେ ଭାରତ ମଧ୍ୟ ଆଫଗାନିସ୍ତାନରେ ନିଜ ଦୂତାବାସ ବନ୍ଦ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ