Masthead

କୂଟନୈତିକ ସହଯୋଗ ଅଭାବ ଦର୍ଶାଇ ଭାରତରେ ନିଜ ଦୂତାବାସ ବନ୍ଦ କଲା ଆଫଗାନିସ୍ତାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତରେ ନିଜ ଦୂତାବାସ ବନ୍ଦ କଲା ଆଫଗାନିସ୍ତାନ ।ଦିଲ୍ଲୀ ସ୍ଥିତ ଦୂତାବାସ ବନ୍ଦ ନେଇ ଆଫଗାନିସ୍ତାନର ଘୋଷଣା । ବନ୍ଦ ପାଇଁ ୨ଟି ପ୍ରମୁଖ କାରଣ ଦର୍ଶାଇଛି ଦୂତାବାସ । ବନ୍ଦ ନିଷ୍ପତ୍ତିକୁ ଅତ୍ୟନ୍ତ ଦୁଃଖଦ ଓ ନିରାଶଜନକ କହି ପ୍ରେସ୍‌ରିଲିଜ୍ । ପ୍ରେସ୍‌ରିଲିଜ୍‌ରେ ତାଲିବାନୀ ଶାସନକୁ ଦାୟୀ କରିଛି ଦୂତାବାସ । ଆତିଥ୍ୟତା ଦେଇଥିବା ସରକାରଙ୍କ (ଭାରତ)ସହଯୋଗ ଅଭାବ ଏବଂ ଆଶାନୁରୂପେ ଆଫଗାନିସ୍ତାନର ସ୍ବାର୍ଥ ରକ୍ଷା କରିବାରେ ବିଫଳ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା ଦର୍ଶାଯାଇ ବିବୃତିରେ କୁହାଯାଇଛି ଯେ, ଆତିଥ୍ୟତା ଦେଇଥିବା ସରକାରଙ୍କଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟଗୁଡ଼ିକରେ ସହଯୋଗ ନ ମିଳିବା ଫ‌ଳରେ ଫଳପ୍ରଦ କାର୍ଯ୍ୟ ନିର୍ବାହରେ ବାଧା ଉପୁଜିଲା। ଅବଶ୍ୟ କାବୁଲରେ ଏକ ବୈଧ ସରକାରର ଅନୁପସ୍ଥିତି ମଧ୍ୟ ଏଥିପାଇଁ ଦାୟୀ। ୨୦୨୧ରେ ଭାରତ ମଧ୍ୟ ଆଫଗାନିସ୍ତାନରେ ନିଜ ଦୂତାବାସ ବନ୍ଦ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା