Masthead

ମଙ୍ଗୁଳି ଛକ ଚୋରା ବାଲି ଚାଲାଣର ପେଣ୍ଠସ୍ଥଳ

ଟାଙ୍ଗୀ/ ଚୌଦ୍ୱାର, (ବଡ଼ ଖବର ବ୍ୟୁରୋ): ଦିନ ଦ୍ୱିପ୍ରହରରେ ଚାଲିଛି ଚୋରା ବାଲି ଚାଲାଣ । କଟକ ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗୁଳି ଛକର ବିଭିନ୍ନ ସ୍ଥାନରେ ବାଲି ମାଫିଆମାନେ ଖୁଲମଖୁଲା ଚଳାଉଛନ୍ତି ବାଲି ବେପାର । ଟିକସ୍ ନଦେଇ କୋଟି କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି । ମାଫିଆମାନେ ବିରୁପା ଓ ପାଖ ନଦୀରୁ ବାଲି ଆଣି ମଙ୍ଗୁଳି ଛକର ବିଭିନ୍ନ ସ୍ଥାନରେ ଜମା କରି ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଆଦି ସ୍ଥାନକୁ ଚୋରା ଚାଲାଣ କରୁଛନ୍ତି । ପ୍ରତିଦିନ ଶହ ଶହ ଟ୍ରକ୍ ବାଲି ଚୋରା କାରବାର ଚାଲୁଛି । କିଛି ପ୍ରଶାସନିକ ଅଧିକାରୀ ଓ ପୋଲିସଙ୍କୁ ହାତଗୁଞ୍ଜା ଦେଇ ଚାଲିଛି ବେପାର । ସାଧାରଣରେ ପ୍ରଶ୍ନ ଉଠୁଛି ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ବିଭାଗୀୟ ଅଧିକାରୀମାନେ ନିରବଦ୍ରଷ୍ଟା ସାଜିଛନ୍ତି କ’ଣ ପାଇଁ ? ଯଦି ଆଗାମୀ ଦିନରେ ପ୍ରଶାସନ ଚୋରା ବାଲିଚାଲାଣ ନ ରୋକନ୍ତି ତହସିଲ ଓ ଥାନା ଘେରାଉ କରିବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଟ୍ରେନରେ ବାଲି ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ନିଗୁଣ୍ଡି ରେଳ ଷ୍ଟେସନରେ ମଧ୍ୟ ଧରା ହୋଇଥିଲା !

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ