Masthead

ନିଲାମ ହେବ ଦେଶର ୩୯ଟି ଖଣି, ଓଡ଼ିଶାରୁ ୧୯

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିଲାମ ହେବ ଓଡ଼ିଶାର ୧୯ ଖଣି । ସାରା ଦେଶରେ ଟୋଟାଲ ୩୯ଟି ଖଣି ନିଲାମ ହେବ । କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ମାସ ୧୫ ତାରିଖ ଦିନ ଅଷ୍ଟମ ପର୍ଯ୍ୟାୟ ,ବାଣିଜ୍ୟିକ କୋଇଲା ଖଣି ନିଲାମର ଶୁଭାରମ୍ଭ ହେବ । କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିବେ । ଏଥିରେ ୫ ରାଜ୍ୟର ମୋଟ ୩୯ଟି ଖଣିକୁ ନିଲାମ କରାଯିବ । ଓଡ଼ିଶାର ୧୯ଟି ଖଣି ଏହା ମଧ୍ୟରେ ସାମିଲ ରହିଛି । ସିଏମଏସପି ଆଇନ ଅଧିନରେ ରାଜ୍ୟର ୮ ଏବଂ ଏମଏମଡିଆର ଆଇନରେ ୧୧ ଖଣି ନିଲାମ ଲାଗି ରଖାଯିବ ।

ସେହିଭଳି ବିହାରର ୩, ଝାଡଖଣ୍ଡର ୭, ମହାରାଷ୍ଟ୍ରର ୫ ଏବଂ ପଶ୍ଚିମବଙ୍ଗର ୯ ଖଣିକୁ ନିଲାମ କରାଯିବ । କୋଇଲା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ସିଗରେ ସରକାରଙ୍କ ପକ୍ଷରୁ ପ୍ରକି୍ରୟାକୁ ତ୍ୱରାନ୍ୱିତ କରାଯାଇଛି । ୨୦୨୦ରେ ପ୍ରଥମ ଥର ଲାଗି ବାଣିଜ୍ୟିକ କୋଇଲା ଖଣି ନିଲାମ ଆରମ୍ଭ ହୋଇଥିଲା । ଅଦ୍ୟାବଧି ୯୧ କୋଇଲା ଖଣି ଏହା ଅଧିନରେ ନିଲାମ କରାଯାଇଛି । ଖଣି ନିଲାମ ସର୍ତ୍ତ, ସମୟ ସୀମା ସମ୍ପର୍କିତ ବିଭିନ୍ନ ସୂଚନା ଏମଏସଟିସିରୁ ଲାଭ କରିହେବ । ଆରଇସି ଲିମିଟେଡ ମଧ୍ୟ ସମାନ ଧରଣର ଏକ କାର୍ଯ୍ୟକ୍ରମ ହାତକୁ ନେଇଛି । ସଫଳ ବିଡରଙ୍କୁ ଅନୁମୋଦନ ଲାଗି ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ