Masthead

ସମୟ ଗଡ଼ୁଛି ସ୍ପନ୍ଦନ ବଢୁଛି

ଉତ୍ତରାଖଣ୍ଡ (ବଡ଼ ଖବର ବ୍ୟୁରୋ): ସମୟ ଗଡ଼ିଚାଲିଛି । ହୃଦୟର ସ୍ପନ୍ଦନ ବି ବଢିଚାଲିଛି । ସମସ୍ତଙ୍କ ନଜର ଏବେ ୪୧ ଶ୍ରମିକଙ୍କ ଉପରେ । ଗତ ୧୩ ଦିନ ହେଲାଣି ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ଫସି ରହିଛି ୪୧ ଜୀବନ । ସେମାନଙ୍କୁ ଉଦ୍ଧାର ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ସୁଦ୍ଧା ଶ୍ରମିକଙ୍କୁ ବାହାର କରି ଦିଆଯିବ ବୋଲି ଆକଳନ କରାଯାଉଥିବା ବେଳେ ତାହା ସମ୍ଭବ ହୋଇ ପାରିନି।ଫସିଥିବା ଶ୍ରମିକ ଏତିକି ଆଶା ବାନ୍ଧିଛନ୍ତି ଯେ ଆଜି ନହେଲେ କାଲି ନିଶ୍ଚିତ ଉଦ୍ଧାର ହେବେ ।

ସେମାନଙ୍କୁ ବାହାର କରିବା ପାଇଁ ଏନଡିଆରଏଫ, ଏସଡିଆରଏଫ୍, ଆଇଟିବିପି ଠାରୁ ଆରମ୍ଭ କରି ସମସ୍ତ ଉଦ୍ଧାରକାରୀ ଦଳ ଲାଗି ପଡ଼ିଛନ୍ତି । ଏସବୁ ଭିତରେ ଯେଉଁ ଖବର ସମସ୍ତଙ୍କୁ ଆଶ୍ୱସ୍ତି ଦେଇଛି, ତାହା ଉପରେ ସୁଡ଼ଙ୍ଗ ଭିତରେ ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି । ସେମାନଙ୍କୁ ପର୍ଯ୍ୟାୟକ୍ରମେ ଖାଦ୍ୟ-ପାନୀୟ ଯୋଗାଇ ଦିଆଯାଉଛି । ଆଉ ଉଦ୍ଧାରକାରୀ ଦଳ ମଧ୍ୟ ଲଗାତର ସେମାନଙ୍କର ଯୋଗାଯୋଗରେ ରହିଛନ୍ତି । ତେବେ ଯେଉଁ ସୂଚନା ମିଳିଛି, ଆଜି ଦ୍ୱିପ୍ରହର କିମ୍ବା ଅପରାହ୍ଣ ସୁଦ୍ଧା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରେ ।

ପରେ ଯେତେବେଳେ ଆର୍ଥ ଅଗର ମେସିନ୍ ଆଗକୁ ଖୋଳିବା ଆରମ୍ଭ କରିଥିଲା, ସେତେବେଳେ ହଠାତ୍ ଲୁହା ରଡ୍ ଖୋଳିବାରେ ବାଧା ସୃଷ୍ଟି କରିଥିଲା । ଫଳରେ ରାତିରେ କାମ ବନ୍ଦ ରହିଥିଲା । ସେପଟେ ଟନେଲ ମଧ୍ୟରୁ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବା ଉଦ୍ଧାର କାର୍ୟ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୯ ଏଜେନ୍ସି ନିୟୋଜିତ ଅଛନ୍ତି।ଏଥିସହ ଆଗକୁ ଯେପରି ଏପରି ଘଟଣାର ପୁନରାବୃତ୍ତି ନ ହୁଏ ସେଥିନିମନ୍ତେ ଦେଶର ସମସ୍ତ ୨୯ଟି ଟନେଲର ସେଫ୍ଟି ଯାଞ୍ଚ କରାଯିବାକୁ ସ୍ଥିର କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ସମୂହ ଛୁଟି ନିଷ୍ପତ୍ତି ସ୍ଥଗିତ 🔴 ରାଗରେ ଗରଗର ମାଆ, ଭାଙ୍ଗିବେ ନନ୍ଦିଘୋଷ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ସମୂହ ଛୁଟି ନିଷ୍ପତ୍ତି ସ୍ଥଗିତ 🔴 ରାଗରେ ଗରଗର ମାଆ, ଭାଙ୍ଗିବେ ନନ୍ଦିଘୋଷ 🔴 ଆସୁଛି ଆଉ ଏକ ଲଘୁଚାପ