‘ରାଜନୈତିକ ଏଜେଣ୍ଡା ବୁଝିପାରୁ ନାହିଁ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ପନୌତି କହିବା ପରେ ବିବାଦ ବଢି ଚାଲିଛି । ଏବେ ପ୍ରତିକ୍ରିୟା ରଖିଛନ୍ତି କ୍ରିକେଟର ମହମ୍ମଦ ଶାମି । ଶାମି ବିଶ୍ୱକପ ୨୦୨୩ରେ ସର୍ବାଧିକ ୱିକେଟ ନେଇ ରେକର୍ଡ କରିଥିଲେ। ସେ ମାତ୍ର ୭ ଟି ମ୍ୟାଚରେ ୨୪ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ। ସେ ଫାଇନାଲରେ ୧ଟି ୱିକେଟ ନେଇଥିଲେ। ବିଶ୍ୱକପର ଫାଇନାଲ ମ୍ୟାଚ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଷ୍ଟାଡିୟମରେ ପହଞ୍ଚିଥିଲେ। ବିଶ୍ୱକପରେ ଭାରତ ପରାଜୟ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନେକ ଲୋକ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ‘ପନୌତି’ ବୋଲି କହିଛନ୍ତି।

ଗଣମାଧ୍ୟମ ସହ ବାର୍ତ୍ତାଳାପ ସମୟରେ ଖବରଦାତାମାନେ ମହମ୍ମଦ ଶାମିଙ୍କୁ ପଚାରିଥିଲେ, ରାହୁଲ ଗାନ୍ଧୀ ବିଶ୍ୱକପ ବିଷୟରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ସେଠାରେ ଏକ ଷଡ଼ଯନ୍ତ୍ର ହୋଇଥିଲା, ଯେଉଁଥିପାଇଁ ଭାରତ ମ୍ୟାଚ ହାରିଯାଇଥିଲା। ଏହାର ଉତ୍ତରରେ ଶାମି କହିଛନ୍ତି, ମୁଁ ଏଭଳି ବିବାଦୀୟ ପ୍ରଶ୍ନକୁ ବୁଝି ପାରୁ ନାହିଁ। ବେସିକ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ । ଯାହା ଉପରେ ଆମେ ଗତ ଦୁଇମାସ ଧରି କଠିନ ପରିଶ୍ରମ କରିଛନ୍ତି। ମୁଁ ଏହି ରାଜନୈତିକ ଏଜେଣ୍ଡା ବୁଝିପାରୁ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ