Masthead

ଦ୍ବିତୀୟ ଟି-20 ଜିତିଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତର ଲଗାତାର ଦ୍ୱିତୀୟ ବିଜୟ । ଅଷ୍ଟ୍ରେଲିଆକୁ ୪୪ ରନ୍‌ରେ ହରାଇଲା ଭାରତ। ବିଜୟ ସହ ଭାରତ ୫ଟିକିଆ ଟି-୨୦ ସିରିଜରେ ୨-୦ରେ ଆଗରେ ରହିଛି। ଥିରୁଅନନ୍ତପୁରମ୍‌ରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ ମ୍ୟାଚ । ୟଶସ୍ବୀ ଜୟସ୍ବାଲ, ଇଶାନ କିଶନ ଏବଂ ରିଙ୍କୁ ସିଂଙ୍କ ଚମତ୍କାର ଇନିଂସ ଯୋଗୁ ଭାରତ ୨୦ ଓଭରରେ ୪ ଉଇକେଟ ହରାଇ ୨୩୫ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲୀୟ ଦଳ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ହରାଇ ମାତ୍ର ୧୯୧ ରନ ସ୍କୋର କରିପାପାରିଥିଲା। ପ୍ରଥମେ ଟସ୍‌ ଜିତି ଭାରତକୁ ଅଷ୍ଟ୍ରେଲିଆ ବ୍ୟାଟିଂ କରିବାକୁ ଦେଇଥିଲା। ଓପ୍‌ନିଂ କରିବାକୁ ଆସିଥିଲେ ଯଶସ୍ୱୀ ଜସୱାଲ ଓ ଋତୁରାଜ ଗାଏକୱାଡ। ପ୍ରଥମ ଓଭରରେ ଉଭୟ ଧୂଆଁଧାର ବ୍ୟାଟିଂ କରିଥିଲେ।

ଜସୱାଲ ୨୫ଟି ବଲ୍‌ ଖେଳି ୫୩ ରନ୍‌ କରି ନାଥନ୍‌ ଏଲିସ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ତା’ପରେ ଆସିଥିଲେ ଈଶାନ କିଶନ୍‌। ସେ ଗାଏକୱାଡଙ୍କ ସହ ମିଶି ପାଳି ସମ୍ଭାଳିଥିଲେ। ସେ ୩୨ ବଲ ଖେଳି ୫୨ ରନ୍‌ କରି ଷ୍ଟଇନିସ୍‌ଙ୍କ ବଲ୍‌ରେ କ୍ୟାଚ ଆଉଟ୍‌ ହୋଇଥିଲେ। ଈଶାନଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ କ୍ୟାପ୍‌ଟେନ୍‌ ସୂର୍ୟ୍ୟକୁମାର ଯାଦବ। ସେ ୧୯ ରନ୍‌ କରି ଆଉଟ ହୋଇଥିଲେ। ତାଙ୍କ ପଛେ ପଛେ ଗାଏକୱାଡ ୫୮ ରନ୍‌ କରି ଆଉଟ ହୋଇଥିଲେ। ତାଙ୍କ ପରେ ଆସିଥିଲେ ତୀଳକ ବର୍ମା। ସେ ରିଙ୍କୁ ସିଂହ ସହ ପାଳି ସମ୍ଭାଳିଥିଲେ। ତୀଳକ ୭ ରନ୍‌ କରି ଆଉଟ ହୋଇଥିଲେ। ହେଲେ ରିଙ୍କୁ ଜବରଦସ୍ତ ପାଳି ଖେଳିଥିଲେ। ସେ ୯ ବଲ୍‌ରେ ୩୧ ରନ୍‌ କରିଥିଲେ। ଯାହାଫଳରେ ଭାରତ ୨୦ ଓଭରରେ ୨୩୫ ରନ୍‌ କରିପାରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!