Masthead

୩ୟ ଟି-୨୦ , ବିଜୟ ଲକ୍ଷ୍ୟରେ ଭାରତ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ୩ୟ ମ୍ୟାଚ ମଙ୍ଗଳବାର ଗୁଆହାଟୀରେ ଖେଳାଯିବ। ଭାରତ ପ୍ରଥମ ଦୁଇ ମ୍ୟାଚ ଜିତି ୨-୦ରେ ଆଗୁଆ ରହିଥିବାବେଳେ ଶୃଙ୍ଖଳା ବିଜୟ ନେଇ ଉଦ୍ୟମ କରିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଉକ୍ତ ମ୍ୟାଚକୁ ଜିତି ଶୃଙ୍ଖଳା ବଞ୍ଚାଇ ରଖିବା ନେଇ ପ୍ରୟାସ କରିବ। ଅନ୍ୟପଟେ ଶୃଙ୍ଖଳା ପରାଜୟ ବରଣର ବିପଦକୁ ଟାଳିବାକୁ ଚେଷ୍ଟା କରିବ କଙ୍ଗାରୁ ଟିମ୍ । ବର୍ଷାପଡ଼ା ଷ୍ଟାଡିୟମର ପିଚ୍ ବ୍ୟାଟିଂ ଅନୁକୂଳ ଥିବାରୁ ଏଠାରେ ମଧ୍ୟ ରନ୍ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

ଆଜି ଶ୍ରେୟସ ଆୟର ମ୍ୟାଚ ଖେଳିବା ନେଇ ସୂଚନା ରହିଛି । ବିଶ୍ୱକପ ଖେଳିଥିବା ଏହି ଖେଳାଳି ଆଜିର ମ୍ୟାଚରେ କମାଲ କରିବେ ବୋଲି ବିଶ୍ୱାସ ରହିଛି । ତେଣୁ ତିଳକ ବର୍ମାଙ୍କୁ ଚୂଡାନ୍ତ ଏକାଦଶରେ ଆଉ ଖେଳିବେ ନାହିଁ । ଯଶସ୍ୱୀ ଜୟସ୍ୱାଲ, ଋତୁରାଜ ଗାଏକ୍ୱାଡ, ଈଶାନ କିଶନ ଏବଂ ସୂର୍ଯ୍ୟକୁମାର ଯାଦବ ଜବରଦସ୍ତ ଫର୍ମରେ ଥିବାରୁ ଭାରତର ବ୍ୟାଟିଂକୁ ନେଇ ସେଭଳି ଚିନ୍ତା ନାହିଁ । ଭାରତ ପ୍ରଥମ ମ୍ୟାଚକୁ ୨ ୱିକେଟରେ ଓ ଦ୍ବିତୀୟ ମ୍ୟାଚକୁ ୪୪ରନରେ ଜିତିବା ସହିତ ୨-୦ରେ ଆଗୁଆ ରହିଛି।

ବ୍ୟାଟିଂ ଓ ବୋଲିଂରେ ଦଳ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଛି ।ମାଥ୍ୟୁ ୱାଡେଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ପ୍ରଥମ ଦୁଇ ମ୍ୟାଚରେ ବ୍ୟାଟିଂ ଅପେକ୍ଷା ବୋଲିଂରେ ଦୁର୍ବଳ ପ୍ରଦର୍ଶନ କରିଛି। ବୋଲିଂରେ ମାର୍କୋସ ଷ୍ଟୋଇନିସ, ନାଥନ ଏଲିସ, ସେନ ଆବଟ, ଆଡାମ ଜାମ୍ପା, ତନବୀର ସାଙ୍ଘା ଓ ଗ୍ଲେନ ମ୍ୟାକ୍ସୱେଲ ରହିଥିଲେ ମଧ୍ୟ ଦଳ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କୁ ରୋକିବାରେ ସଫଳ ହେଉନାହିଁ। ଦଳ ବୋଲିଂ ତ୍ରୁଟିକୁ ସୁଧାରିବାକୁ ନିଶ୍ଚିତ ଉଦ୍ୟମ କରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ