Masthead

ଆଗଉଛି ରେଭେନ୍ସା ପଛରେ ପଡ଼ିଛି ଉତ୍କଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଗଉଛି ରେଭେନ୍ସା ପଛରେ ପଡ଼ିଛି ଉତ୍କଳ । କଟକ ବିଶ୍ୱବିଦ୍ୟାଳୟକୁ ମାନ୍ୟତାର ପ୍ରମୋସନ, ଡିମୋସନ ହେଉଛି ବାଣୀବିହାର । ରେଭେନ୍ସା ପାଉଛି ‘ଏ++’, ‘ଏ+’ରୁ ଖସି ‘ଏ’ କୁ ଆସିଛି ଉତ୍କଳ । ରାଜ୍ୟର ୨ ପ୍ରମୁଖ ବିଶ୍ୱବିଦ୍ୟାଳୟର ଶିକ୍ଷାର ମାନକୁ ନେଇ ଏବେ ଦେଖାଦେଇଛି ଏକ ତୁଳନାତ୍ମକ ଚିତ୍ର । ଉତ୍କଳ ବିଶ୍ୱବିଦ୍ୟାଳୟକୁ ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ କାଉନସିଲ ବା ନାକ ଟିମ ଗସ୍ତ କରି ୨ମାସ ହେଲା ଫେରିଲାଣି । ନାକ ଟିମ ସେପ୍ଟେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ୟୁନିଭର୍ସିଟିରେ ପୁନଃ ଯାଂଚ କରି ଫେରିଛି । କିନ୍ତି ଏ ପର୍ଯ୍ୟନ୍ତ ଗ୍ରେଡ ମିଳିନାହିଁ । କେବେ ଗ୍ରେଡ ମିଳିବ ସେ ନେଇ କାହା ପାଖରେ ଉତ୍ତର ନାହିଁ । ରେଭେନ୍ସା ବିଶ୍ୱବିଦ୍ୟାଳୟର ବହୁ ପଛରେ ସମ୍ବଲପୁର ଓ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଗସ୍ତ କରିଥିବା ନାକ ଟିମ ଗ୍ରେଡ ଦେଇସାରିଛି । ମାତ୍ର ଉକôଳ କ୍ଷେତ୍ରରେ ବିଳମ୍ବ ହୋଇ ଚାଲିଛି ।

୧୮୮୬ରେ ପ୍ରତିଷ୍ଠା ହୋଇଥିବା ରେଭେନ୍ସା କଲେଜ ୨୦୦୬ରେ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଥିଲା । କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟ ୮୦ ବର୍ଷ ତଳୁ ୟୁନିଭର୍ସିଟି ହୋଇସାରିଛି । ରେଭେନ୍ସା କଲେଜ ପୁରାତନ ହୋଇପାରେ କିନ୍ତୁ ବିଶ୍ୱବିଦ୍ୟାଳୟରେ ଉତ୍କଳ ହେଉଛି ସର୍ବପୁରାତନ । ଯାହାକୁ ରାଜ୍ୟର ସବୁଠୁ ପ୍ରିମିୟର ଉନଷ୍ଟିଚ୍ୟୁଟ ବୋଲି କୁହାଯାଉଛି ସେ କିନ୍ତୁ ବାରମ୍ବାର ନିରାଶ କରୁଛି । କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ଭିତ୍ତିଭୂମି ଉନ୍ନତି ପାଇଁ । ପ୍ରଚାର ପ୍ରସାର ପ୍ରବଳ ହେଉଛି ପାଠପଢାର ମାନ ବଢୁଛି ବୋଲି ବିଜ୍ଞାପନ ଚାଲିଛି । କିନ୍ତୁ ଯେତେବେଳେ ଫଳର କଥା ଆସୁଛି ସେତେବେଳେ ଛାତ୍ରଛାତ୍ରୀଙ୍କ ଫଳ ଭଲ ହେଉନାହିଁ, ବିଶ୍ୱବିଦ୍ୟାଳୟର ଫଳ ବି ଭଲ ହେଉନାହିଁ । ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ରହିଛି ୩୬୫ ଡିଗ୍ରୀ କଲେଜ, ରେଭେନ୍ସା ଅଧୀନରେ କିଛି ବି ନାହିଁ । ରେଭେନ୍ସା ତୁଳନାରେ ଉତ୍କଳରେ ସର୍ବାଧିକ ଅଣଶିକ୍ଷକ ପଦବି ଖାଲି ରହିଛି ।

ନାକରେ ଭଲ ଗ୍ରେଡ ମିଳିଲେ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ବ୍ରାଣ୍ଡ ସୃଷ୍ଟି ହୁଏ । ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନରେ ପରିଣତ ହେବାକୁ ବାଟ ଫିଟାଏ ଏହି ଗ୍ରେଡ । କିନ୍ତୁ ଉତ୍କଳ ର ଏହି ଗ୍ରେଡ ଦିନକୁ ଦିନ ହ୍ରାସ ପାଉଛି । ୨୦୧୬ରେ ଉକôଳ ପାଇଥିଲା ‘ଏ+’ କିନ୍ତୁ ଏବେ ତାହା ଖସି ‘ଏ’ କୁ ଆସିଛି । ନାକ ଟିମ ପୁନଃ ଯାଂଚ କରି ଫେରିଥିବା ବେଳେ ଗ୍ରେଡ କେବେ ମିଳିବ ତାକୁ ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍