Masthead

ଚାନ୍ଦବାଲିକୁ ସବ୍ ଡିଭିଜନ ମାନ୍ୟତା ଦାବି, ତହସିଲ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଧାରଣା

ଚାନ୍ଦବାଲି  (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲିକୁ ସଵ୍ ଡିଭିଜନ ମାନ୍ୟତା ଦାବି । ଏଯାହାକୁ ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ବାଇକ୍ ରାଲି କରାଯାଇଛି । ବିଜେପି କର୍ମୀମାନେ ଚାନ୍ଦବାଲି ସହର ପରିକ୍ରମା କରି ତହସିଲ ଅଫିସ ସମ୍ମୁଖରେ ପ୍ରତିବାଦ ସହ ତହସିଲଦାରଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦୀର୍ଘ ୬ ବର୍ଷ ହେଲା ଚାନ୍ଦବାଲିଵାସୀ ଏହି ଦାବି କରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି କାର୍ଯାନୁଷ୍ଠାନ ନିଆଯାଇନାହିଁ । ଚାନ୍ଦବାଲିରୁ ଭଦ୍ରକ ପର୍ଯ୍ୟନ୍ତ ଦୂରତା ୫୨ କିମି ଥିବାବେଳେ ଅଫିସର ଏବଂ ଉଚ୍ଚ ପଦସ୍ଥ କର୍ମଚାରୀମାନେ ଚାନ୍ଦବାଲିକୁ ପହଞ୍ଚିବା ସମ୍ଭବ ହୋଇ ପାରୁନାହିଁ । ସେପଟେ ଚାନ୍ଦବାଲିକୁ ସବ୍ ଡିଭିଜନ ମାନ୍ୟତା ମିଳିଲେ ସରକାରଙ୍କର ସବୁଠୁ କମ୍ ଖର୍ଚ୍ଚରେ ସବ ଡିଭିଜନ ଅଫିସ ହୋଇ ପାରିବ ବୋଲି ଦାବି କରିଛନ୍ତି ଅଂଚଳବାସୀ। ଯଦି ସାଧାରଣ ନିର୍ବାଚନ ପୂର୍ବରୁ ଚାନ୍ଦବାଲିକୁ ସବ ଡିଭିଜନ ଭାବେ ମାନ୍ୟତା ନ ମିଳେ ତେବେ ଆଗାମୀ ଦିନରେ ବିଜେପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ