Masthead

ରାସ୍ତା ପାଲଟିଛି ମରଣଯନ୍ତା

ଜଗତସିଂହପୁର, (ବଡ଼ ଖବର ବ୍ୟୁରୋ): ରାସ୍ତା ପାଲଟିଛି ମରଣଯନ୍ତା । ଜଗତସିଂହପୁର ମାଛଗାଁ ମୁଖ୍ୟ କେନାଲ ବନ୍ଧ ଉପରେ ଯାଇଥିବା ଗଣେଶ ମନ୍ଦିରଠାରୁ ବାରଙ୍ଗ ପୋଲ ପର୍ୟ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି । ଅସରାଏ ବର୍ଷା ହେଲେ କାଦୁ୍ଅ ପଚପଚ । ଏହି ରାସ୍ତା ଦେଇ ପ୍ରତିଦିନ ସ୍କୁଲ କଲେଜ ଠାରୁ ଆରମ୍ଭ କରି ଦୈନିକ ବଜାର ଉପରେ ନିର୍ଭର କରନ୍ତି ଅଞ୍ଚଳବାସୀ । ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକେ ଯିବା ଆସିବା କରନ୍ତି । ଖାଲଖମାରେ ଭର୍ତ୍ତି ଏହି ରାସ୍ତାରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି । ଏ ରାସ୍ତା ଦେଇ ଗାଡ଼ି ତ ଯିବା ଦୂରର କଥା ଚାଲି ଚାଲି ଯିବା କାଠିକରପାଠ । ଏହି ରାସ୍ତା ଦେଇ ପୋଲିସ ବ୍ୟାରେକ ଠାରୁ ଆରମ୍ଭ କରି ଜିଲ୍ଲା ଜଳ ଓ ପରିମଳ ବିଭାଗ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ ଥିଲେ ସୁଦ୍ଧା ଦୀପତଳ ଅନ୍ଧାର ସଦୃଶ୍ୟ ଏହି ରାସ୍ତା ପ୍ରତି ଯେମିତି କାହାର ନିଘା ନାହିଁ । ତୁରନ୍ତ ଏହି ରାସ୍ତାର ଉନ୍ନତୀକରଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ