Masthead

ପରିକ୍ରମା ପ୍ରକଳ୍ପ ପାଇଁ ଆଜି ହେବ ଅଙ୍କୁର ପୂଜନ

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜି ହେବ ଅଙ୍କୁରପୂଜନ । ପୌଷ ଶୁକ୍ଳ ତୃତୀୟା ଅବସରରେ ସାରା ଦିନ ଚାଲିବ ବିଧି । ଶୁକ୍ରବାରଠାରୁ ଆରମ୍ଭ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯଜ୍ଞ ପ୍ରକ୍ରିୟା । ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ମଙ୍ଗଳାରୋପଣ ସମାପନ କରାଯାଇଥିଲା । ଗତକାଲି ଗଜପତିଙ୍କ ଶ୍ରୀନଅରରେ ମଙ୍ଗଳାର୍ପଣ କାର୍ଯ୍ୟ ସମାପନ ପରେ ଗଜପତି ମହାରାଜା ପ୍ରଧାନାଚାର୍ଯ୍ୟ ଗଜପତିଙ୍କ ପ୍ରତିନିଧି, ପ୍ରଚାରକ, ଉପପ୍ରଚାରକ, ମଣ୍ଡଳାଚାର୍ଯ୍ୟ, ଶ୍ରୀମନ୍ଦିର ପୁରୋହିତ, ଆଚାର୍ୟ୍ୟ, ସଂଯୋଜକଙ୍କୁ ବରଣ କାର୍ଯ୍ୟ ସମାପନ କରିଥିଲେ ।

ପରେ ପ୍ରଚାରକ, ଉପ ପ୍ରଚାରକ, ମଣ୍ଡଳାଚାର୍ଯ୍ୟ, ଗଜପତିଙ୍କ ପ୍ରତିନିଧି ଅଙ୍କୁରାରୋପଣ ଗୃହରେ ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱରଙ୍କୁ ଆବାହନ କରି ଅଙ୍କୁରାରୋପଣ ବିଧି ସମାପନ କରିଥିଲେ । ତେବେ ଆଜି ତାର ଦ୍ୱିତୀୟ ଦିନରେ ପୂର୍ବାହ୍ନ ୧୧ଟାରୁ ରାତି ୮ଟା ଭିତରେ ଅଙ୍କୁର ପୂଜନ କାର୍ଯ୍ୟସମାନ ପୁରୋହିତଙ୍କ ଦ୍ୱାରା କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ