Masthead

ପରିକ୍ରମା ପ୍ରକଳ୍ପ ପାଇଁ ଆଜି ହେବ ଅଙ୍କୁର ପୂଜନ

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜି ହେବ ଅଙ୍କୁରପୂଜନ । ପୌଷ ଶୁକ୍ଳ ତୃତୀୟା ଅବସରରେ ସାରା ଦିନ ଚାଲିବ ବିଧି । ଶୁକ୍ରବାରଠାରୁ ଆରମ୍ଭ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯଜ୍ଞ ପ୍ରକ୍ରିୟା । ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ମଙ୍ଗଳାରୋପଣ ସମାପନ କରାଯାଇଥିଲା । ଗତକାଲି ଗଜପତିଙ୍କ ଶ୍ରୀନଅରରେ ମଙ୍ଗଳାର୍ପଣ କାର୍ଯ୍ୟ ସମାପନ ପରେ ଗଜପତି ମହାରାଜା ପ୍ରଧାନାଚାର୍ଯ୍ୟ ଗଜପତିଙ୍କ ପ୍ରତିନିଧି, ପ୍ରଚାରକ, ଉପପ୍ରଚାରକ, ମଣ୍ଡଳାଚାର୍ଯ୍ୟ, ଶ୍ରୀମନ୍ଦିର ପୁରୋହିତ, ଆଚାର୍ୟ୍ୟ, ସଂଯୋଜକଙ୍କୁ ବରଣ କାର୍ଯ୍ୟ ସମାପନ କରିଥିଲେ ।

ପରେ ପ୍ରଚାରକ, ଉପ ପ୍ରଚାରକ, ମଣ୍ଡଳାଚାର୍ଯ୍ୟ, ଗଜପତିଙ୍କ ପ୍ରତିନିଧି ଅଙ୍କୁରାରୋପଣ ଗୃହରେ ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱରଙ୍କୁ ଆବାହନ କରି ଅଙ୍କୁରାରୋପଣ ବିଧି ସମାପନ କରିଥିଲେ । ତେବେ ଆଜି ତାର ଦ୍ୱିତୀୟ ଦିନରେ ପୂର୍ବାହ୍ନ ୧୧ଟାରୁ ରାତି ୮ଟା ଭିତରେ ଅଙ୍କୁର ପୂଜନ କାର୍ଯ୍ୟସମାନ ପୁରୋହିତଙ୍କ ଦ୍ୱାରା କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା