Masthead

ପାକ୍ ସୀମାରେ ଇରାନର ଏୟାର ଷ୍ଟ୍ରାଇକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନ ସୀମାରେ ପଶି ଇରାନର ଏୟାର ଷ୍ଟ୍ରାଇକ୍ । କ୍ଷେପଣାସ୍ତ୍ର ମାଡ଼ରେ ଆତଙ୍କୀ ସଂଗଠନ ଜୈଶ ଅଲ ଅଦଲର ତିନି ଠିକଣା ଧ୍ୱସ୍ତ । ଇରାନ ମଙ୍ଗଳବାର ଦିନ ପାକିସ୍ତାନର ବାଲୁଚିସ୍ତାନରେ ଆତଙ୍କବାଦୀ ଗୋଷ୍ଠୀ ରହୁଥିବା ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣକୁ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଦୃଢ ନିନ୍ଦା କରିଛି। ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛି, ‘ପାକିସ୍ତାନ ଇରାନ ବାୟୁସେନାର ଉଲ୍ଲଂଘନ ଏବଂ ପାକିସ୍ତାନ ଅଞ୍ଚଳରେ ଆକ୍ରମଣକୁ ପାକିସ୍ତାନ କଠୋର ନିନ୍ଦା କରିଛି।

ଏହି କାରଣରୁ ଦୁଇ ନିରୀହ ପିଲାଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଆହତ ହୋଇଛନ୍ତି। ଏହା ପାକିସ୍ତାନ ସାର୍ବଭୌମତ୍ୱର ଉଲ୍ଲଂଘନ ଏବଂ ଏହାର ଗୁରୁତର ପରିଣାମ ମଧ୍ୟ ହୋଇପାରେ’। ଜୈଶ ଅଲ ଅଦଲ ପକ୍ଷରୁ ଇରାକ ଓ ସିରିଆ ଉପରେ ମିଶାଇଲ ଆକ୍ରମଣର ଗୋଟିଏ ଦିନ ପରେ ପ୍ରତିଆକ୍ରମଣ କରାଯାଇଛି । ଏହି ସର୍ଜିକାଲ ଷ୍ଟ୍ରାଇକରେ ଘନ ଘନ ମିସାଇଲ ମାଡ଼ରେ ୩ ଆତଙ୍କୀ ଆଡ୍ଡା ସମ୍ପ୍ରୂର୍ଣ୍ଣ ଧ୍ୱଂସ ହୋଇଥିବା ଇରାନ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଆତଙ୍କୀ ସଂଗଠନ ପାକିସ୍ତାନ ସୀମାରେ ରହି ଇରାକ ସୁରକ୍ଷା ବଳ ଉପରେ ପୂର୍ବରୁ ବାରମ୍ବାର ଆକ୍ରମଣ କରୁଥିବା ବେଳେ ଏହାର ଜବାବ ଦେବାକୁ ଯାଇ ପାକିସ୍ତାନ ସୀମାରେ ପଶି କ୍ଷେପଣାସ୍ତ୍ର ମାଡ଼ କରିଛି । ଇରାନ ଏହି ଆକ୍ରମଣରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ବ୍ୟବହାର କରି ପରମାଣୁ ଶକ୍ତିସମ୍ପର୍ଣ୍ଣ ପାକିସ୍ତାନକୁ ଖୋଲା ଚ୍ୟାଲେଞ୍ଜ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି