Masthead

କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ୪ ଦିନ ହେଲା ଚାଲିଛି ରେଡ୍‌

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆଜି ବି ଚାଲିଛି ଆଇଟି ରେଡ୍‌। ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ୪ ଦିନ ହେଲା ଚାଲିଛି ରେଡ୍‌। ରାଜ୍ୟ ଭିତରେ ଓ ବାହାରେ ଏକକାଳୀନ ୩୦ଟି ସ୍ଥାନରେ ରେଡ୍‌। ରାଉରକେଲାରେ ୭ଟି ଓ ସୁନ୍ଦରଗଡ଼ରେ ୨ଟି ସ୍ଥାନରେ ରେଡ୍। ଏପର୍ଯ୍ୟନ୍ତ ଘନଶ୍ୟାମ ଡାଲମିଆଙ୍କ ଠାରୁ ମିଳିଲାଣି ୫ କୋଟି ଟଙ୍କା । ରାଉରକେଲାରେ ୪ ଦିନ ଧରି ରେଡ କରୁଛି ଆୟକର ବିଭାଗ ।

ଚଢାଉରେ ୧୦୦ରୁ ଅଧିକ ଅଧିକାରୀ ଓ ସିଆରପିଏଫ୍ ଯବାନ ସାମିଲ ହୋଇଛନ୍ତି । ତୃତୀୟ ଦିନ ଚଢାଉ ପରେ ତିନିଟି ବ୍ୟାଗରୁ ୨ କିଲୋ ସୁନା ଜବତ କରାଯାଇଛି । ତେବେ ଘନଶ୍ୟାମ , ତାଙ୍କ ଭାଇ ଯୋଗେଶ ଓ ସହଯୋଗୀ ନନ୍ଦ କିଶୋର ଅଗ୍ରୱାଲଙ୍କ ଠାରୁ ପ୍ରାୟ ୫ କୋଟି ଟଙ୍କା ଜବତ କରାଯାଇଥିବା ସୂଚନା ମଳିଛି । ଘନଶ୍ୟାମଙ୍କ ପୁଅ ଅଭିଷେକଙ୍କୁ ଅଜ୍ଞାତ ସ୍ଥାନରେ ରଖି ଜେରା କରୁଛନ୍ତି ଆୟକର ଟିମ୍ । ଗତକାଲି ଘନଶ୍ୟାମଙ୍କ ବିଲେଇମୁଣ୍ଡା ସ୍ଥିତ ଟ୍ରାନ୍ସପୋର୍ଟ କାର୍ୟ୍ୟାଳୟରୁ ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି ।

ସେହିପରି ତାଙ୍କ ବଡ଼ ଭାଇ ଯୋଗେଶଙ୍କ ରାଉଲକେଲାରେ ଥିବା ସିଭିଲ ଟାଉନସିପ୍ ବାସଭବନରୁ ୨ କୋଟି ଟଙ୍କା ମିଳିଛି ।ଏଥିସହ ସୁନ୍ଦରଗଡ, ଗୋପାଳପୁରରେ ଥିବା କୋଠା ଓ ଅଫିସ, ବିଲେଇମୁଣ୍ଡାର ଅଫିସ, ଘର, ଶୋ ରୁମ ଓ ସ୍ପଞ୍ଜ ଆଇରନ କାରଖାନା, ଏମସିଏଲ କୋଇଲା ପରିବହନ ସାଇଟ, ଛତିଶଗଡ ରାୟଗଡର ଷ୍ଟିଲ, ଆଇରନ, ପାୱାର ପ୍ଲାଂଟ କାରଖାନା ଓ ବାସଭବନ, ରାୟପୁର ଘର ଓ ଅଫିସ, ବିଳାସପୁର ହୋଟେଲ ଆଦି ସ୍ଥାନରେ ଆୟକର ଟିମ ଚଢାଉ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ