Masthead

ନୂଆ ସଂସଦ ଭବନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ସଂସଦରେ ବଜେଟ ଅଧିବେଶନ। ଫେବ୍ରୁଆରି ୯ ତାରିଖ ଯାଏଁ ଚାଲିବ ଏହି ଅଧିବେଶନ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ଅଧିବେଶନ। ବଜେଟ୍ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ । ମିଳିତ ସଦନକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆ ସଂସଦ ଭବନରେ ମୋର ପ୍ରଥମ ଅଭିଭାଷଣ ନୂଆ ଭାରତ, ଶ୍ରେଷ୍ଠ ଭାରତ ସଂକଳ୍ପ ପାଇଁ ଆହ୍ୱାନ । ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ପୂରଣ ହୋଇଛି । ରାମ ମନ୍ଦିର ଆକାଂକ୍ଷା ପୂରଣ ହୋଇଛି କହିଲେ ରାଷ୍ଟ୍ରପତି । ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହୋଇଛି । ୩ ତଲାକ୍ ବିଲ୍ ମଧ୍ୟ ଆଇନରେ ପରିଣତ ହୋଇଛି ।

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପଂକ୍ତିକୁ ଓଡ଼ିଆରେ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମିଶୁ ମୋର ଦେହ ଏ ଦେଶ ମାଟିରେ… ପଂକ୍ତି କହିଲେ । ପରେ ପରେ ଗୋପବନ୍ଧୁଙ୍କ ପଂକ୍ତିକୁ ହିନ୍ଦୀରେ ଅନୁବାଦ କଲେ ରାଷ୍ଟ୍ରପତି । ସରକାର ୱାନ୍ ରାଙ୍କ, ୱାନ୍ ପେନସନ୍ ଲାଗୁ କଲେ । ୨୫ କୋଟି ଦେଶବାସୀ ଗରିବୀରୁ ବାହାରକୁ ବାହାରିଛନ୍ତି । ୧ କୋଟି ୪୦ ଲକ୍ଷ ଲୋକ ଜିଏସଟି ଦେଉଛନ୍ତି । ୮ କୋଟି ଲୋକ ଆଇଟିଆର ଦାଖଲ କରୁଛନ୍ତି । ଆଜି ଭାରତର ଅର୍ଥ ବ୍ୟବସ୍ଥା ଶ୍ରେଷ୍ଠ ୫ରେ ରହିଛି । ପୂର୍ବ ତୁଳନାରେ ଏଫଡିଆଇ ଦୁଇ ଗୁଣା ହୋଇଛି । ଭୁଶୁଡ଼ି ପଡ଼ିଥିବା ବ୍ୟାକିଂ ସିଷ୍ଟମ ଆଜି ବିଶ୍ୱରେ ସବୁଠୁ ଶକ୍ତିଶାଳୀ ।

ଉଜ୍ଜ୍ୱଳା ପାଇଁ ୨.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୧୧ କୋଟି ଲୋକଙ୍କ ଘରେ ନଳ ଯୋଗେ ଜଳ ପହଞ୍ଚିଛି । ଏଥର ସାଧାରଣତନ୍ତ୍ର ଦିବସରେ ଦୁନିଆ ନାରୀ ଶକ୍ତି ଦେଖିଛି । ୩ ସେନା ବାହିନୀରେ ନାରୀ ଶକ୍ତି ପ୍ରଦର୍ଶନ କରିଥିଲେ । ୨ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ପାଇଁ ଉଦ୍ୟମ ଚାଲିଛି । ୫ ସହରର ମେଟ୍ରୋ ସୁବିଧା ୨୫ ସହରକୁ ବଢ଼ିଛି । ରେଲୱେ ବିଦ୍ୟୁତକରଣ ଶହେ ପ୍ରତିଶତର ନିକଟତର ହୋଇଛି । ୧୩୦୦ ଷ୍ଟେସନର କାୟାକଳ୍ପ ସ୍ଥିର ହୋଇଛି । କରୋନା କାଳରୁ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି । ଆହୁରି ୫ ବର୍ଷ ପାଇଁ ଏହାକୁ ବୃଦ୍ଧି କରାଯାଇଛି ।ଯୁବକ, ନାରୀ, ଚାଷୀ, ଗରିବ ବିକାଶର ୪ଟି ସ୍ତମ୍ଭ ବଜେଟ୍ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ । ଆୟୁଷ୍ମାନ ଭାରତରେ ୫୩ କୋଟି ଭାରତୀୟଙ୍କ ଆଇଡି ବନିଛି । ଏୟାରପୋର୍ଟ ସଂଖ୍ୟା ୭୪ରୁ ବଢ଼ି ୧୪୯ ହୋଇଛି । ୨ ଲକ୍ଷ ପଞ୍ଚାୟତକୁ ଅପ୍ଟିକାଲ ସଂଯୋଗ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ଗ୍ଲାସଗୋରେ ଭାରତର ଡବଲ୍ ଖୁସି: ନୀରଜଙ୍କ ରୌପ୍ୟ, ଅସ୍ମିତାଙ୍କ ସ୍ୱର୍ଣ୍ଣ 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ଗ୍ଲାସଗୋରେ ଭାରତର ଡବଲ୍ ଖୁସି: ନୀରଜଙ୍କ ରୌପ୍ୟ, ଅସ୍ମିତାଙ୍କ ସ୍ୱର୍ଣ୍ଣ 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା!