Masthead

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ପାଇଁ ବଢ଼ିଛି ସଙ୍କଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ପୁଣି ଝଟକା । ଇମ୍ରାନ ଖାନ୍୍ ଓ ବୁଶରା ବିବିଙ୍କୁ ୭ ବର୍ଷ ଜେଲ୍ । ବେଆଇନ ଭୋବେ ବିବାହ କରିଥିବା ନେଇ ଜେଲ୍ । ଇମ୍ରାନଙ୍କ ବୁଶରା ଥିଲେ ତୃତୀୟ ପତ୍ନୀ । ପାକିସ୍ତାନର ଏକ ଅଦାଲତ ସାଧାରଣ ନିର୍ବାଚନର ଏକ ସପ୍ତାହ ପୂର୍ବରୁ ‘ଅଣ-ଇସଲାମିକ ନିକାହ’ ମାମଲାରେ ଇମ୍ରାନ୍ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।

ଫେବ୍ରୁଆରୀ ୮ ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ପାକିସ୍ତାନ ତେହରିକ-ଏ-ଇନସାଫ୍ (ପିଟିଆଇ) ଦଳର ପ୍ରତିଷ୍ଠାତାଙ୍କ ଇମ୍ରାନଙ୍କ ପାଇଁ ଅତି ଜଟିଳ ସ୍ଥିତି ଉପୁଜିଛି। ନିକଟରେ ଦୁଇଟି ମାମଲାରେ ତାଙ୍କୁ ଦଣ୍ଡାଦେଶ ହୋଇଛି। ୭୧ ବର୍ଷୀୟ ଇମ୍ରାନ୍‌ ଖାନ୍ ଏବେ ଚତୁର୍ଥ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କର ରାଜନୈତିକ ଭବିଷ୍ୟତ ଅନ୍ଧକାର ହୋଇଯାଇଛି । ବୁଶରା ବିବିଙ୍କ ପ୍ରଥମ ସ୍ୱାମୀ ଖାୱେର ମାନେକା ଏହି ମାମଲା ଦାଏର କରି ଅଭିଯୋଗ କରିଥିଲେ ଯେ ବୁଶରା ଇସଲାମିକ ପ୍ରଥାକୁ ଉଲ୍ଲଂଘନ କରିଛନ୍ତି। ରାୱଲପିଣ୍ଡି ସ୍ଥିତ ଆଡିଆଲା ଜେଲ୍ ପରିସରରେ ମାମଲାର ଶୁଣାଣି ୧୪ ଘଣ୍ଟା ଧରି ଚାଲିବା ପରେ ଆଜି ରାୟ ଆସିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା