Masthead

ଆଜି ୟୁଏଇରେ ଲୋକାର୍ପଣ ହେବ ସ୍ୱାମୀ ନାରାୟଣ ମନ୍ଦିର, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଆବୁଧାବି ସ୍ଥିତ ବିଏପିଏସ ସ୍ୱାମୀ ନାରାୟଣ ମନ୍ଦିରର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ୱ ଦେଖିବ ଆବୁଧାବିରେ ନିର୍ମିତ ପ୍ରଥମ ଭାରତୀୟ ଶୈଳୀର ହିନ୍ଦୁ ମନ୍ଦିର । ମନ୍ଦିରର କୋଣ ଅନୁକୋଣରେ ଭାରତୀୟ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି । ନାଗର ଶୈଳୀରେ ନିର୍ମାଣ ହୋଇଥିବା ଏହି ମନ୍ଦିର ଗୁଜରାଟର ସୋମନାଥ, କାଶୀ ବିଶ୍ୱନାଥଙ୍କ ମନ୍ଦିରର ଭ୍ରମ ସୃଷ୍ଟି କରୁଛି । ସ୍ଥାନୀୟ ସମୟ ଅନୁସାରେ ସାଢ଼େ ୪ଟାରୁ ସନ୍ଧ୍ୟା ସାଢ଼େ ୭ଟା ଭିତରେ ମନ୍ଦିରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

୨୭ ଏକର ଜମିରେ ନିର୍ମିତ ଏହି ମନ୍ଦିରରେ ଖର୍ଚ୍ଚ ହୋଇଛି ପ୍ରାୟ ୭୦୦ କୋଟି ଟଙ୍କା । ୭ ଶିଖର ବିଶିଷ୍ଟ ହୋଇଛି ଏହି ମନ୍ଦିର । ୟୁନାଇଟେଡ୍ ଆରବ ଏମିରେଟ୍ସରେ ଏହା ହେଉଛି ପ୍ରଥମ ମନ୍ଦିର ଯାହା ସଂପୂର୍ଣ୍ଣ ଭାବେ ପଥରରେ ନିର୍ମିତ ହୋଇଛି । ମନ୍ଦିରରେ ବ୍ୟବହାର ହୋଇଥିବା ପିଙ୍କ୍ ପଥର ରାଜସ୍ଥାନରୁ ଆସିଥିବା ବେଳେ ହ୍ୱାଇଟ୍ ଇଟାଲିଆନ୍ ମାର୍ବଲ ଇଟାଲୀରୁ ଆସିଛି । ଗ୍ରାନାଇଟ୍ ଓ ଧଳା ମାର୍ବଲରେ ନିର୍ମାଣ ଏହି ମନ୍ଦିର ବେଶ୍ ମନମୁଗ୍ଧକର । ମନ୍ଦିରରେ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ବି ନିଖୁଣ ଭାବେ ନିର୍ମାଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା