Masthead

ଲୋଇସିଂହାକୁ ଏନଏସି ଘୋଷଣା କରାନଯିବା ପ୍ରତିବାଦରେ ୧୨ ଘଣ୍ଟିଆ ବନ୍ଦ ପାଳନ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ଏନଏସି ଘୋଷଣା ପରେ ତେଜିଲା ପ୍ରତିବାଦ । ବଲାଙ୍ଗିର ଲୋଇସିଂହାରେ ୧୨ ଘଣ୍ଟିଆ ବନ୍ଦ ପାଳନ । ଲୋଇସିଂହାକୁ ଏନଏସି ଘୋଷଣା କରାନଯିବା ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । ଲୋଇସିଂହା ବିକାଶ ପରିଷଦ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ ବନ୍ଦ ଡାକରା । ବନ୍ଦ ପାଳନକୁ ସମର୍ଥନ କରୁଛନ୍ତି ଉଭୟ ବିଜେପି ବିଜେପି ଓ କଂଗ୍ରେସ କର୍ମୀ । ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଗଠନ କରାଯିବ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ବେଳେ ସେଥିରେ ନାହିଁ ବଲାଙ୍ଗିର ଜିଲ୍ଲା ଲୋଇସିଂହ ନାଁ। ଫଳରେ ଦେଖାଦେଇଛି ଅସନ୍ତୋଷ।

ଆଜି ଲୋଇସିଂହାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଲୋଇସିଂହାକୁ ଏନ୍‌ଏସି ଘୋଷଣା କରା ନଯିବା ପ୍ରତିବାଦରେ ଏଠାରେ ବନ୍ଦ ଡାକରା ଦେଇଛି ଲୋଇସିଂହା ବିକାଶ ପରିଷଦ। ଫଳରେ ଦୋକାନ ବଜାର ଓ ଗାଡ଼ ଚଳାଚଳ ବନ୍ଦ ରହିଛି। ଦୀର୍ଘ ବର୍ଷ ହେଲା ଲୋଇସିଂହାକୁ ଏନଏସି ଘୋଷଣା କରିବା ପାଇଁ ଦାବି ହୋଇ ଆସୁଥିଲା। ବିଭିନ୍ନ ସମୟରେ ଆନ୍ଦୋଳନ ମଧ୍ୟ କରାଯାଇଥିଲା। କିନ୍ତୁ ରାଜ୍ୟ ସରକାର ଏହାକୁ ଏନଏସି ଘୋଷଣା କଲେ ନାହିଁ। ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ