Masthead

ବିପଦରେ ଛାତ୍ରଛାତ୍ରୀଙ୍କ ଜୀବନ

କଟକ(ବଡ଼ ଖବର ବ୍ୟୁରୋ):  ବିପଦ ସଙ୍କୁଳ ଅବସ୍ଥାରେ ମେରିଆ ବଜାର ସରକାରୀ ପ୍ରାଥମିକ ବଦ୍ୟାଳୟ । ବିପଦରେ ଚାଲିଛି ସ୍କୁଲରେ ପାଠପଢା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ମହାନଗର ନଗମ ୱାର୍ଡ ନମ୍ୱର୍ -୨୨ ଅଧୀନରେ ମେରିଆ ବଜାର ସରକାରୀ ବିଦ୍ୟାଳୟରେ । ଏହି ବିଦ୍ୟାଳୟଟି ୧୯୩୮ ମସିହାରୁ ଚାଲୁଥିବା ବେଳେ, ଏବେ ଏହି ସ୍କୁଲରେ ୩୫ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । କଟକରେ ବକ୍ସ ଡ୍ରେନ ନିର୍ମାଣ ହେବା ପରେ ଗୋଟିଏ ପଟେ କଟକର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହିତ ଗମନା ଗମନରେ ସୁବିଧା ପରିଲକ୍ଷିତ ହୋଇଛି ।

ମାତ୍ର ଅନ୍ୟପଟେ ଏହି ବକ୍ସ ଡ୍ରେନ ନିର୍ମାଣ ସମୟରେ ବ୍ୟବହୃତ ଯାନ୍ତ୍ରିକ ଉପକରଣ ବ୍ୟବହାର ଯୋଗୁଁ ଏହି ସ୍କୁଲଟି କ୍ଷତିଗ୍ରସ୍ତ ହୋଇଛି । ସ୍କୁଲର କାନ୍ଥ ଫାଟି ଆଁ କରିଥିବା ବେଳେ, ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜି ଲଗେଇ ଚାଲିଛି ସ୍କୁଲରେ ପାଠପଢ଼ା। ପ୍ରଶାସନକୁ ଏନେଇ ସ୍କୁଲ କର୍ତ୍ତୃପକ୍ଷ ଅବଗତ କରିଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇ ନାହାନ୍ତି ବୋଲି ସୂଚନା ଦେଇଛନ୍ତି ସ୍କୁଲର ଶିକ୍ଷୟତ୍ରୀ । ବିପଦରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଜୀବନ । ମାତ୍ର କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ ବୋଲି ମତ ଦେଲେ ହିନ୍ଦୁ ସେନାର ରାଜ୍ୟ ସଭାପତି ଦେବାଶିଷ ରାଉତ୍।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼