Masthead

ମାଛଧରାକୁ ନେଇ ଗୋଷ୍ଠୀ ସଂଘର୍ଷ, ନ୍ୟାୟ ଦାବିରେ ଥାନା ଘେରାଉ କଲେ ଉତ୍ତ୍ୟକ୍ତ ଲୋକେ

ପଟ୍ଟାମୁଣ୍ଡାଇ (ବଡ଼ ଖବର ବ୍ୟୁରୋ): ମାଛଧରାକୁ ନେଇ ଗୋଷ୍ଠୀ ସଂଘର୍ଷ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ମାଛ ଧରାକୁ ନେଇ ଗୋଷ୍ଠୀ ସଂଘର୍ଷରେ ମୃତ ଗୋଲେଖ ସେଠୀଙ୍କ ମୃତଦେହ ରଖି ଥାନା ଆଗରେ ନ୍ୟାୟ ଦାବିରେ ଥାନା ଘେରାଉ କଲେ ମୃତଙ୍କ ପରିବାର ଲୋକେ । ଗାଁର ନିଲାମ ପୋଖରୀରେ ମାଛ ଧରାକୁ ନେଇ ହୋଇଥିବା ଆକ୍ରମଣରୁ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଆକ୍ରମଣରେ ପଟ୍ଟାମୁଣ୍ଡାଇ ବ୍ଲକ ଅଠରବାଟିଆ ଗାଁର ଗୋଲେଖ ସେଠୀ ମୃତ ଓ ତାଙ୍କ ସାନଭାଇ ସୁନାକାର ସେଠୀ ଆହତ ।

ନିଲାମ ପୋଖରୀରୁ ମାଛଧାରାକୁ ନେଇ ୬ତାରିଖରେ ହୋଇଥିବା ଗଣ୍ଡଗୋଳକୁ ନେଇ ଗତକାଲି ୨୦ ରୁ ଊର୍ଧ୍ୱ ଲୋକଙ୍କ ଆକ୍ରମଣରେ ଗାଲେଖ ସେଠୀ ଗୁରୁତର ହୋଇ କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ବରଣ କରିଥିଲେ । ସୁନାକାରଙ୍କ ପୁଅ ଅମର ସେଠୀ ଓ ସୋମ୍ୟରଞ୍ଜନ ସେଠୀ ଗ୍ରାମାଞ୍ଚଳ ଥାନାକୁ ଖବର ଦେବାକୁ ଆସିଥିବା ବେଳେ ପୋଲିସ ସେମାନଙକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଯାହାକୁ ବିରୋଧ କରି ଶତାଧିକ ମହିଳା ଗ୍ରାମାଞ୍ଚଳ ଥାନା ଘେରାଉ କରିଥିଲେ । ପଟ୍ଟାମୁଣ୍ଡାଇ ଏସଡିପିଓ ଘଟଣା ସ୍ଥଳରେ ପହଁଚି ପ୍ରକୃତ ଆସାମୀକୁ ଗିରଫ କରିବାର ପ୍ରତିଶୃତି ଦେବାରୁ ମହିଳା ମାନେ ଆନ୍ଦୋଳନ ରୁ ଉଠିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର