Masthead

ଏହି ସାଂସଦଙ୍କ କଟିଛି ଟିକେଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ୧୮ ଆସନରୁ ୪ମହିଳା ୧୪ ପୁରୁଷଙ୍କୁ ଟିକେଟ ମିଳିଛି । ଗତଥର ପ୍ରାର୍ଥୀ ହୋଇଥିବା ୫ ବିଜେପି ନେତାଙ୍କୁ ଏଥର ମିଳିନି ଟିକେଟ୍। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁଙ୍କ ସମେତ ୪ ଜଣ ସାଂସଦଙ୍କ ଟିକେଟ କଟିଛି । ଟିକେଟ୍ କଟିଥିବା ନେତାଙ୍କ ତାଲିକାରେ ଅଛନ୍ତି ସୁରେଶ ପୂଜାରୀ । ବରଗଡ ଲୋକସଭା ଆସନରୁ ଗତଥର ଟିକେଟ୍ ପାଇଥିବା ସୁରେଶ ପୂଜାରୀଙ୍କ ସ୍ଥାନରେ ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଛନ୍ତି । ସେହିପରି ସମ୍ବଲପୁର ଆସନରୁ ଗତଥର ପ୍ରାର୍ଥୀ ହୋଇ ସାଂସଦ ହୋଇଥିବା ନିତେଶ ଗଙ୍ଗଦେବଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟିକେଟ୍ ଦିଆଯାଇଛି ।

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁଙ୍କୁ ଟିକେଟ କଟିଛି । ତାଙ୍କ ସ୍ଥାନରେ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ନବଚରଣ ମାଝୀଙ୍କୁ ପ୍ରାର୍ଥୀ କରାଯାଇଛି । କଳାହାଣ୍ଡି ଲୋକସଭା ଆସନ ପାଇଁ ଏଥିର ସାଂସଦ ବସନ୍ତ ପଣ୍ଡାଙ୍କ ସ୍ଥାନରେ ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେହିପରି ବିଜେପି ଟିକେଟର ନିର୍ବାଚନ ଲଢି ପରାସ୍ତ ହୋଇଥିବା ଭୃଗୁବକ୍ସି ପାତ୍ରଙ୍କୁ ଏଥର ଟିକେଟ୍ ଦେଇନି ଦଳ । ବ୍ରହ୍ମପୁର ଆସନ ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ସାଂସଦ ପ୍ରାର୍ଥୀ କରି ଚମକାଇ ଦେଇଛି ବିଜେପି ।

ସେହିପରି କୋରାପୁଟରୁ ପ୍ରାର୍ଥୀ ହୋଇଥିବା ଜୟରାମ ପାଙ୍ଗି ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହେବା ପରେ ଦଳ କାଳେରାମ ମାଝୀଙ୍କୁ ମଇଦାନକୁ ଓହ୍ଲାଇଛି। ସେପଟେ ୧୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିôବାବେଳ ଆଉ ୩ ଆସନ ପାଇଁ ଟିକେଟ ଘୋଷଣା ହୋଇ ନାହିଁ । କାହିଁକି ଘୋଷଣା ହେଲାନି କଟକ, ଯାଜପୁର, କନ୍ଧମାଳ ଟିକେଟ? ତାକୁ ନେଇ ଏବେ ଆଲୋଚନା ହେଉଛି । ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୭ଟି ରାଜ୍ୟର ୧୧୧ଟି ସିଟ୍ ପାଇଁ ଯୋଦ୍ଧା ଘୋଷଣା କରିଛି ବିଜେପି। ଏଥିରେ ଦଳକୁ ନବାଗତ, ବଲିଉଡ ସେଲିବ୍ରିଟି, ପୂର୍ବତନ ଜଜଙ୍କ ସମେତ ବହୁ ଜଣାଶୁଣା ଚେହେରାଙ୍କୁ ସ୍ଥାନ ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ