Masthead

ଏହି ସାଂସଦଙ୍କ କଟିଛି ଟିକେଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ୧୮ ଆସନରୁ ୪ମହିଳା ୧୪ ପୁରୁଷଙ୍କୁ ଟିକେଟ ମିଳିଛି । ଗତଥର ପ୍ରାର୍ଥୀ ହୋଇଥିବା ୫ ବିଜେପି ନେତାଙ୍କୁ ଏଥର ମିଳିନି ଟିକେଟ୍। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁଙ୍କ ସମେତ ୪ ଜଣ ସାଂସଦଙ୍କ ଟିକେଟ କଟିଛି । ଟିକେଟ୍ କଟିଥିବା ନେତାଙ୍କ ତାଲିକାରେ ଅଛନ୍ତି ସୁରେଶ ପୂଜାରୀ । ବରଗଡ ଲୋକସଭା ଆସନରୁ ଗତଥର ଟିକେଟ୍ ପାଇଥିବା ସୁରେଶ ପୂଜାରୀଙ୍କ ସ୍ଥାନରେ ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଛନ୍ତି । ସେହିପରି ସମ୍ବଲପୁର ଆସନରୁ ଗତଥର ପ୍ରାର୍ଥୀ ହୋଇ ସାଂସଦ ହୋଇଥିବା ନିତେଶ ଗଙ୍ଗଦେବଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟିକେଟ୍ ଦିଆଯାଇଛି ।

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁଙ୍କୁ ଟିକେଟ କଟିଛି । ତାଙ୍କ ସ୍ଥାନରେ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ନବଚରଣ ମାଝୀଙ୍କୁ ପ୍ରାର୍ଥୀ କରାଯାଇଛି । କଳାହାଣ୍ଡି ଲୋକସଭା ଆସନ ପାଇଁ ଏଥିର ସାଂସଦ ବସନ୍ତ ପଣ୍ଡାଙ୍କ ସ୍ଥାନରେ ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେହିପରି ବିଜେପି ଟିକେଟର ନିର୍ବାଚନ ଲଢି ପରାସ୍ତ ହୋଇଥିବା ଭୃଗୁବକ୍ସି ପାତ୍ରଙ୍କୁ ଏଥର ଟିକେଟ୍ ଦେଇନି ଦଳ । ବ୍ରହ୍ମପୁର ଆସନ ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ସାଂସଦ ପ୍ରାର୍ଥୀ କରି ଚମକାଇ ଦେଇଛି ବିଜେପି ।

ସେହିପରି କୋରାପୁଟରୁ ପ୍ରାର୍ଥୀ ହୋଇଥିବା ଜୟରାମ ପାଙ୍ଗି ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହେବା ପରେ ଦଳ କାଳେରାମ ମାଝୀଙ୍କୁ ମଇଦାନକୁ ଓହ୍ଲାଇଛି। ସେପଟେ ୧୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିôବାବେଳ ଆଉ ୩ ଆସନ ପାଇଁ ଟିକେଟ ଘୋଷଣା ହୋଇ ନାହିଁ । କାହିଁକି ଘୋଷଣା ହେଲାନି କଟକ, ଯାଜପୁର, କନ୍ଧମାଳ ଟିକେଟ? ତାକୁ ନେଇ ଏବେ ଆଲୋଚନା ହେଉଛି । ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୭ଟି ରାଜ୍ୟର ୧୧୧ଟି ସିଟ୍ ପାଇଁ ଯୋଦ୍ଧା ଘୋଷଣା କରିଛି ବିଜେପି। ଏଥିରେ ଦଳକୁ ନବାଗତ, ବଲିଉଡ ସେଲିବ୍ରିଟି, ପୂର୍ବତନ ଜଜଙ୍କ ସମେତ ବହୁ ଜଣାଶୁଣା ଚେହେରାଙ୍କୁ ସ୍ଥାନ ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ