ପୁରୀ (ବଡ଼ ଖବର ବ୍ୟୁରୋ): ଚଳିତବର୍ଷ ଶ୍ରୀମନ୍ଦିର ସମ୍ମୁଖରେ ବଡ଼ବଡୁଆ ଡାକ ଉପରେ କଟକଣା ଜାରି କରିଛି ପୁରୀ ଜିଲ୍ଲା ପ୍ରଶାସନ । ଶୁକ୍ରବାର ପୁରୀ ଉପଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ସମ୍ମୁଖରେ ବଡ଼ବଡ଼ୁଆ ଡାକିବା ଲାଗି ପ୍ରବଳ ଜନସମାଗମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଏପରି କଟକଣା ଜାରି କରାଯାଇଛି । ମୁଖ୍ୟତଃ କାଉଁରିଆ କାଠି ପୋଡ଼ିଲେ ଏଥିରୁ ଉତ୍ପନ୍ନ ହେଉଥିବା ଧୂଆଁ କରୋନା ରୋଗୀଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ଏ ସବୁକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।

Leave a Reply

Your email address will not be published. Required fields are marked *