Masthead

ପ୍ରେମିକାର ସ୍ୱାମୀକୁ ହତ୍ୟାକଲା ପ୍ରେମିକ

ପାରଳାଖେମୁଣ୍ଡି (ବଡ଼ ଖବର ବ୍ୟୁରୋ): ପ୍ରେମିକ ସହ ମିଶି ସ୍ୱାମୀକୁ ମାରିଦେଲା ସ୍ତ୍ରୀ । ଏପରି ଏକ ଘଟଣା ଘଟିଛି ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ତୋଟାଗୁମୁଡା ଗ୍ରାମ ଯାତ୍ରୀ ବିଶ୍ରାମଗାର ନିକଟରେ । ବିବାହର ମାତ୍ର ଦେଢ ମାସ ମଧ୍ୟରେ ଏପରି ଏକ ଘଟଣା ଗଜପତି ଜିଲ୍ଲାରେ ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗୁରାଣ୍ଡି ପୋଲିସ ଉଭୟ ସ୍ତ୍ରୀ ଏବଂ ପ୍ରେମିକକୁ ଗିରିଫ କରି କୋର୍ଟ ଚାଲାଣ କରିଛି । ବାଟସିରିପୁର ଗ୍ରାମର ଏମ.ଲିଙ୍ଗରାଜୁ କ୍ଷୁଦ୍ର ଜଳସେଚନ ବିଭାଗରେ ପିଓନ ଭାବେ କାର୍ଯ୍ୟ କରୁଥିଲେ । ଦେଢ ମାସ ପୂର୍ବେ ସେ କାଶୀନଗର ବ୍ଲକ କର୍ଣ୍ଣିଭଦ୍ରା ଗ୍ରାମର ବାରିକି କେଉଟଙ୍କ ଝିଅ କେ. ଜୟଲକ୍ଷ୍ମୀ ସହ ବିବାହ କରିଥିଲେ ।

ବିବାହ ପରେ ସବୁବେଳେ ନିଜ କାର୍ଯ୍ୟାଳୟରେ ଠିକ ସେ କାମ କରି ପାରୁନଥିଲେ । ହତ୍ୟା ପରେ ପୋଲିସ ବହାର କରିଛି ଏହାର କାରଣ । ଯାହା ପ୍ରେମ ଜନିତ ହତ୍ୟା ବୋଲି ଜଣାପଡିଥିଲା । ଜୟଲକ୍ଷ୍ମୀଙ୍କ ବିବାହର ଚାରି ବର୍ଷ ପୂର୍ବରୁ ଆନ୍ଧ୍ର ପ୍ରଦେଶର ବାତ୍ତିଲି ଗ୍ରାମର ଉପେନ୍ଦ୍ର ନେୟାଲାଙ୍କ ସହ ରହିଥିଲା ପ୍ରେମ ସମ୍ପର୍କ । ବିବାହ ପରେ ମଧ୍ୟ ଲିଙ୍ଗରାଜୁର ଅନୁପସ୍ଥିତିରେ ଉଭୟେ ଅବୈଧ ସମ୍ପର୍କ ରଖିଆସୁଥିଲେ । ପରେ ଆରମ୍ଭ ହୋଇଥିଲା ଲିଙ୍ଗରାଜୁଙ୍କୁ ଜୀବନରେ ମାରିଦେବା ପାଇଁ ପ୍ରି-ପ୍ଲାନ । ଗତ ମାର୍ଚ୍ଚ ମାସ ୨୮ ତାରିଖରେ ବାଟସିରିପୁର ଗ୍ରାମର ଏକ ବାହାଘର ପାଇଁ ନବ ବିଭାହିତ ଦମ୍ପିତିଙ୍କୁ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ନିମନ୍ତ୍ରିତ ହୋଇଥିଲା ।

ଉଭୟ ଦମ୍ପତି ଦିନ ୧୧ ସମୟରେ ବିବାହ ଉତ୍ସବରେ ଯୋଗଦେଇଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ଉପେନ୍ଦ୍ର ଲିଙ୍ଗରାଜୁଙ୍କୁ ଡ଼ାକିଥିଲୋ ସେଠାରେ ପହଁଚିବା ପରେ ଉପେନ୍ଦ୍ରକୁ ଏକ ସ୍କୃଡ୍ରାଇଭର ସାହାଯ୍ୟରେ ପ୍ରଥମେ ଲିଙ୍ଗରାଜୁର ବେକକୁ ଆକ୍ରମଣ କରିବା ଫଳରେ ବାଇକଟି ତଳେ ପଡିଯାଇଥିଲା । ପରେ ୨୫ ଥର ଛାତିରେ ଏବଂ ୨୭ ଥର ପଛପଟେ ସ୍କୃଡ୍ରାଇଭର ଯୋଗେ ଆକ୍ରମଣ କରିଥିଲେ । ଯାହାଫଳରେ ଲିଙ୍ଗରାଜୁର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରି ଗୁରାଣ୍ଡି ପୋଲିସ ଉଭୟ ଜୟଲକ୍ଷ୍ମୀ ଓ ଉପେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି