Masthead

୩ ୱିକେଟରେ ଗୁଜରାଟକୁ ମାତ ଦେଲା ପଞ୍ଜାବ କିଙ୍ଗ୍ସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ମ୍ୟାଚରେ ଗୁଜୁରାଟକୁ ହରାଇ ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗ୍ସ । ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ୪ ୱିକେଟରେ ୧୯୯ ରନ୍‌ କରିଥିଲା। ଜବାବରେ ପଞ୍ଜାବ ଗୋଟିଏ ବଲ୍‌ ବାକି ଥାଇ ୭ ଉଇକେଟ ହରାଇ ବିଜୟ ହାସଲ କରି ନେଇଥିଲା। ଶଶାଙ୍କ ସିଂ ଅପରାଜିତ ୬୧ ରନ୍‌ କରିଥିବା ବେଳେ ଇମ୍ପାକ୍ଟ ସବଷ୍ଟିଚ୍ୟୁଟ ଆଶୁତୋଷ ଶର୍ମା ୩୧ ରନ୍‌ କରିଥଲେ। ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ । ଗୁଜରାଟ ପକ୍ଷରୁ ଶୁବମନ ଗିଲ୍‌ ୮୯ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହା ବ୍ୟତୀତ କେନ୍‌ ଓ୍ବିଲିୟମସନ୍‌ ୨୨ ବଲ୍‌ରୁ ୨୬, ସାଇ ସୁଦର୍ଶନ ୧୯ ବଲ୍‌ ଖେଳି ସେ ୩୩ ରନ୍‌ ସ୍କୋର କରିଥିଲେ। ଶେଷ ଆଡକୁ ରାହୁଲ ଟଓ୍ବୋଟିଆ ବିସ୍ଫୋରକ ବ୍ୟାଟିଂ କରି ୮ ବଲ୍‌ ଖେଳି ୩ ଚୌକା ଓ ୧ ଛକା ସହ ସେ ୨୩ ରନ୍‌ କରିଥିଲେ।

ଶେଷ ଯାଏ ଅପରାଜିତ ରହିଥିବା ଗିଲ୍‌ ୪୮ ବଲ୍‌ ଖେଳି ୮୯ ରନ୍‌ ସ୍କୋର କରିଥିଲେ। ଏହି ଇନିଂସରେ ୬ ଚୌକା ଓ ୪ ଛକା ସାମିଲ ଥିଲା। ପଞ୍ଜାବ ପକ୍ଷରୁ ରାବାଡା ୨,ହରପ୍ରୀତ ବ୍ରାର ଓ ହର୍ଷଲ ପଟେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୨୦୦ ରନ୍‌ ଲକ୍ଷ୍ୟରେ ପଞ୍ଜାବ ୭୦ ରନ୍‌ରେ ଟପ୍‌ ୪ ବ୍ୟାଟରଙ୍କୁ ହରାଇଥିଲା। ତେବେ ଶଶାଙ୍କ ସିଂ ଲଢୁଆ ୬୧ ରନ୍‌ କରିବା ସହ ଦଳକୁ ବିଜୟୀ କରିଥିଲେ। ଶଶାଙ୍କ ୨୯ ବଲ ଖେଳି ୬ ଚୌକା ଓ ୪ ଛକା ମାରିଥିଲେ। ଇମ୍ପାକ୍ଟ ସବଷ୍ଟିଚ୍ୟୁଟ୍‌ ରହିଥିବା ଆଶୁତୋଶ ଶର୍ମା ୧୭ ବଳ୍‌ରୁ ଦ୍ରୁତ ୩୧ ରନ୍‌ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ