Masthead

ବୋମାମାଡ଼ କରି ୧୪ ଲକ୍ଷ ଲୁଟି ନେଲେ ୫ ଦୁର୍ବୃତ୍ତ

କାମାକ୍ଷାନଗର(ବଡ଼ ଖବର ବ୍ୟୁରୋ): କାମାକ୍ଷାନଗରରେ ବୋମାମାଡ଼ କରି ୧୪ ଲକ୍ଷ ଲୁଟି ନେଲେ ୫ ଦୁର୍ବୃତ୍ତ। କିଛି ଦିନ ପରେ ପୁଣି ବେପାରୀଙ୍କ ଉପରକୁ ବୋମାମାଡ଼ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରେ ବଡ଼ ଧରଣର ଲୁଟ। ୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା ସହିତ ବୋମା ମାଡ଼ କରି ଲୁଟିନେଲେ ବୋଲେରୋ ଗାଡି ସହ ୧୪ଲକ୍ଷ ନଗଦ କ୍ୟାସ।ଜିରାଳ ସାପ୍ତାହିକ ହାଟକୁ ଗୋରୁ କିଣିବା ପାଇଁ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଅଞ୍ଚଳରୁ ଆସିଥିଲେ ବେପାରୀ ।

୫ଜଣ ଦୁର୍ବୁତ୍ତ ୩ଟି ବାଇକରେ ଆସି ପ୍ରଥମେ ଗାଡ଼ିରେ ବସିଥିବା ଡ୍ରାଇଭର ଏବଂ ଜଣେ ସହଯୋଗୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଏଥିରେ କାହାର କିଛି କ୍ଷତି ହୋଇ ନଥିବା ସୂଚନା । ପରେ ଗାଡିକୁ ସିଧାସଳଖ ବୋମା ମାଡ଼ କରି ଆତଙ୍କ ସୃଷ୍ଟି କରିଥିଲେ ଦୁର୍ବୁତ୍ତ । ଦୁର୍ବୁତ୍ତ ମାନେ ବୋଲେରୋ ଗାଡ଼ିରେ ଥିବା ୧୪ଲକ୍ଷ ଟଙ୍କାର ଟଙ୍କା ବ୍ୟାଗ ସହ ବୋଲେରୋ ଗାଡିଟିକୁ ଲୁଟି ନେଇଥିଲେ ।ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତନାଘନା ଆରମ୍ଭ କରି ଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ