Masthead

ପଞ୍ଚାୟତ ସମିତି ବୈଠକ ଅନିୟମିତତାକୁ ନେଇ କ୍ଷୋଭ ଜଣାଇଲେ ସମିତି ସଦସ୍ୟଗଣ

ପୁରୁଷୋତ୍ତମପୁର, (ବଡ଼ ଖବର ବ୍ୟୁରୋ): ପୁରୁଷୋତ୍ତମପୁର ବ୍ଲକ ପରିସରରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ପୌରୋହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ଲକକୁ କିପରି ଆଗକୁ ନିଆଯାଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା । ପଞ୍ଚାୟତ ସମିତି ବୈଠକ ନିୟମିତ ନ ହେବା ନେଇ ବହୁ ସଦସ୍ୟ ଗୁରୁତର ଅଭିଯୋଗ କରିବା ସହ ପ୍ରଶ୍ନ ମଧ୍ୟ କରିଥିଲେ। ଅଭିଯୋଗର ପ୍ରତ୍ୟୁତ୍ତରରେ ଅଧ୍ୟକ୍ଷ କହିଥିଲେ, କୋରାନା ଯୋଗୁ ବୈଠକ ହୋଇପାରୁନାହିଁ । କିନ୍ତୁ ସଦସ୍ୟଗଣ ଏଥିରେ ସନ୍ତୁଷ୍ଟ ନ ଥିଲେ। କୋରାନା ପୂର୍ବରୁ ମଧ୍ୟ ବୈଠକ ହୋଇ ନ ଥିବା ସେମାନେ ଅଭିଯୋଗ କରିଥିଲେ। ସରକାରଙ୍କ ଜନ କଲ୍ୟାଣ ଯୋଜନାଗୁଡ଼ିକ ବିଷୟରେ ସୂଚନା ଦିଆଯାଉନାହିଁ, କୃଷକମାନଙ୍କ ପାଇଁ ଆସୁଥିବା ଯନ୍ତ୍ରପାତିର ସୂଚନା ନାହିଁ । ଯାହା ଆସିଛି ଚାଷୀଙ୍କ ପାଇଁ ନିଅଣ୍ଟ ରହିଛି ଏବଂ ଗୁଣାତ୍ମକ ମଧ୍ୟ ନୁହେଁ ବୋଲି କହି ସେମାନେ କ୍ଷୋଭ ପ୍ରକାଶ କରିଥିଲେ। ବାରମ୍ବାର ଚାଷୀମାନଙ୍କୁ ଠକୁଛନ୍ତି କାହିଁକି ବୋଲି ପ୍ରଶ୍ନରେ କୃଷି ଅଧିକାରୀଙ୍କ ପାଟି ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ବୈଠକରେ ସରକାରୀ କାର୍ୟ୍ୟରେ କେମିତି ଅନିୟମିତତା ରହିଛି ତାହାର ଜ୍ୱଳନ୍ତ ଚିତ୍ର ସାମ୍ନାକୁ ଆସିଥିଲା । ବହୁ ସମୟର ଯୁକ୍ତିତର୍କ ମଧ୍ୟରେ ପଞ୍ଚାୟତ ସମିତି ଓ ଅଫିସରମାନଙ୍କ ଅପାରଗତାକୁ ନେଇ ଅଭିଯୋଗର ଲମ୍ବା ଫର୍ଦ୍ଦ ସାର୍ବଜନୀନ ହୋଇଥିଲା। ପରବର୍ତ୍ତୀ ସମୟରେ ସୁବ୍ୟବସ୍ଥିତ କରିବା ପାଇଁ ଉପସ୍ଥିତ ଅଧିକାରୀ ଚେଷ୍ଟା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବୈଠକରେ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପଣ୍ଡା, ବିଡିଓ ବିଜୟ କୁମାର ବେହେରା, ଜିଲ୍ଲାପରିଷଦ ଉପାଧ୍ୟକ୍ଷ, ବ୍ଲକ ଉପାଧ୍ୟକ୍ଷ, ଅତିରିକ୍ତ ତହସିଲଦାର ସୁନୀଲ ଟୁଡୁ, ଅତିରିକ୍ତ ବିଡିଓଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା