Masthead

ପଞ୍ଚାୟତ ସମିତି ବୈଠକ ଅନିୟମିତତାକୁ ନେଇ କ୍ଷୋଭ ଜଣାଇଲେ ସମିତି ସଦସ୍ୟଗଣ

ପୁରୁଷୋତ୍ତମପୁର, (ବଡ଼ ଖବର ବ୍ୟୁରୋ): ପୁରୁଷୋତ୍ତମପୁର ବ୍ଲକ ପରିସରରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ପୌରୋହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ଲକକୁ କିପରି ଆଗକୁ ନିଆଯାଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା । ପଞ୍ଚାୟତ ସମିତି ବୈଠକ ନିୟମିତ ନ ହେବା ନେଇ ବହୁ ସଦସ୍ୟ ଗୁରୁତର ଅଭିଯୋଗ କରିବା ସହ ପ୍ରଶ୍ନ ମଧ୍ୟ କରିଥିଲେ। ଅଭିଯୋଗର ପ୍ରତ୍ୟୁତ୍ତରରେ ଅଧ୍ୟକ୍ଷ କହିଥିଲେ, କୋରାନା ଯୋଗୁ ବୈଠକ ହୋଇପାରୁନାହିଁ । କିନ୍ତୁ ସଦସ୍ୟଗଣ ଏଥିରେ ସନ୍ତୁଷ୍ଟ ନ ଥିଲେ। କୋରାନା ପୂର୍ବରୁ ମଧ୍ୟ ବୈଠକ ହୋଇ ନ ଥିବା ସେମାନେ ଅଭିଯୋଗ କରିଥିଲେ। ସରକାରଙ୍କ ଜନ କଲ୍ୟାଣ ଯୋଜନାଗୁଡ଼ିକ ବିଷୟରେ ସୂଚନା ଦିଆଯାଉନାହିଁ, କୃଷକମାନଙ୍କ ପାଇଁ ଆସୁଥିବା ଯନ୍ତ୍ରପାତିର ସୂଚନା ନାହିଁ । ଯାହା ଆସିଛି ଚାଷୀଙ୍କ ପାଇଁ ନିଅଣ୍ଟ ରହିଛି ଏବଂ ଗୁଣାତ୍ମକ ମଧ୍ୟ ନୁହେଁ ବୋଲି କହି ସେମାନେ କ୍ଷୋଭ ପ୍ରକାଶ କରିଥିଲେ। ବାରମ୍ବାର ଚାଷୀମାନଙ୍କୁ ଠକୁଛନ୍ତି କାହିଁକି ବୋଲି ପ୍ରଶ୍ନରେ କୃଷି ଅଧିକାରୀଙ୍କ ପାଟି ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ବୈଠକରେ ସରକାରୀ କାର୍ୟ୍ୟରେ କେମିତି ଅନିୟମିତତା ରହିଛି ତାହାର ଜ୍ୱଳନ୍ତ ଚିତ୍ର ସାମ୍ନାକୁ ଆସିଥିଲା । ବହୁ ସମୟର ଯୁକ୍ତିତର୍କ ମଧ୍ୟରେ ପଞ୍ଚାୟତ ସମିତି ଓ ଅଫିସରମାନଙ୍କ ଅପାରଗତାକୁ ନେଇ ଅଭିଯୋଗର ଲମ୍ବା ଫର୍ଦ୍ଦ ସାର୍ବଜନୀନ ହୋଇଥିଲା। ପରବର୍ତ୍ତୀ ସମୟରେ ସୁବ୍ୟବସ୍ଥିତ କରିବା ପାଇଁ ଉପସ୍ଥିତ ଅଧିକାରୀ ଚେଷ୍ଟା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବୈଠକରେ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପଣ୍ଡା, ବିଡିଓ ବିଜୟ କୁମାର ବେହେରା, ଜିଲ୍ଲାପରିଷଦ ଉପାଧ୍ୟକ୍ଷ, ବ୍ଲକ ଉପାଧ୍ୟକ୍ଷ, ଅତିରିକ୍ତ ତହସିଲଦାର ସୁନୀଲ ଟୁଡୁ, ଅତିରିକ୍ତ ବିଡିଓଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ