Masthead

ବାଲେଶ୍ୱର ପଲିଟିକ୍ସ: ପ୍ରତାପ-ଲେଖାଶ୍ରୀ, କଂଗ୍ରେସରୁ କିଏ?  

ବାଲେଶ୍ୱର  (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଲୋକସଭା ଆସନରେ ଏଥର ହେବ ରୋଚକପୂର୍ଣ୍ଣ ଲଢେଇ  । ବିଳମ୍ବରେ ହେଲେବି  ବିଜେପି ବିପକ୍ଷରେ ବିଜେଡି ଚତୁରତାର ସହ କରିଛି  ଗୋଟିଚାଳନା ।  ବିଜେପିର ପ୍ରତାପ ଷଡଙ୍ଗୀଙ୍କ ସାମ୍ନାରେ ବିଜେପିର ପୁରୁଣା ଚେହେରା ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ବିଜେଡି କରିଛି ପ୍ରାର୍ଥୀ  । ଯାହାକି  ନୀଳଗିରି ମାଟିରୁ ଦୁଇ ଦୁଇ ଜଣ ବାଲେଶ୍ୱର ସାଂସଦ ପ୍ରାର୍ଥୀ ଲଢିବାକୁ ଯାଇଛନ୍ତି  ।

ଯେଉଁଠି  ନୀଳଗିରି ମାଟିର ପୁଅ ପ୍ରତାପ ଷଡଙ୍ଗୀ ଓ  ନୀଳଗିରି ମାଟିର ବୋହୂ ଲେଖାଶ୍ରୀ  ସାମନ୍ତସିଂହାରଙ୍କ ମଧ୍ୟରେ ବିଗ୍ ଫାଇଟ ଦେଖିବ ବାଲେଶ୍ୱର  । ସେପଟେ ବାଲେଶ୍ୱର ପୂର୍ବତନ ସାଂସଦ ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସ  ବାଲେଶ୍ୱର ଲୋକସଭା ପ୍ରାର୍ଥୀ କରିବା ଏକ ପ୍ରକାର ଚୁଡାନ୍ତ ହୋଇ ଥିବା ଶୁଣିବାକୁ ମିଳୁଛି  ।

ବିଜେଡି ବାଲେଶ୍ୱରରୁ ଲେଖାଶ୍ରୀଙ୍କ ନାଁ ଘୋଷଣା କରିବା ପରେ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, କାଲି ଯାଏ ସେ ଯାହାଙ୍କୁ ଗାଳି କରୁଥିଲେ, ଆଜି ତାଙ୍କ ସ୍ତବ କରୁଛନ୍ତି। ଏଠି ସେ ଆମର ସାଥୀ ଥିଲେ, ଏବେ ବିରୋଧୀ ପକ୍ଷ ହୋଇଛନ୍ତି। ନବୀନଙ୍କ ଦୁର୍ନୀତି ବିରୋଧରେ ଓ ମୋଦିଙ୍କ ସଫଳତା ନେଇ ଲଢ଼ିବୁ। ବିଜେଡି କଳା ଟଙ୍କା, ଖଣି, ପାଣି, ଚିଟ୍‌ଫଣ୍ଡ ଟଙ୍କାରେ ନିର୍ବାଚନ ଲଢ଼ିବ।

ପ୍ରତାପ ଷଡ଼ଙ୍ଗୀ ୨୦୧୯ରେ ଏହି ଆସନରେ ପ୍ରାର୍ଥୀ ହୋଇ ୪ ଲକ୍ଷ ୮୩ ହଜାର ୮୫୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ରବୀନ୍ଦ୍ର କୁମାର ଜେନାଙ୍କୁ ୪ ଲକ୍ଷ ୭୦ ହଜାର ୯୦୨ ଖଣ୍ଡ ଭୋଟ୍ ମିଳିଥିଲା। କଂଗ୍ରେସର ନବଜ୍ୟୋତି ପଟ୍ଟନାୟକଙ୍କୁ ୧ ଲକ୍ଷ ୭୯ ହଜାର ୪୦୩ ଖଣ୍ଡ ଭୋଟ୍ ମିଳିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ