Masthead

ବିରୋଧ କାମ ଦେଲାନି, ଦାମଙ୍କ ପରିବାରକୁ ଟିକେଟ

ପାରାଦୀପ (ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଛି ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପାରାଦୀପ ନିର୍ବାଚନମଣ୍ଡଳିର ବିଧାୟକ ପ୍ରାର୍ଥୀ ଭାବରେ ଗୀତାଞ୍ଜଳି ରାଉତରାୟଙ୍କ ନାମ ଘୋଷଣା ପରେ କର୍ମୀ ଓ ଶୁଭେଛୁଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ପାରାଦୀପ ନୂଆବଜ଼ାର ଠାରେ ରହିଥିବା ବିଜୁ ମେମୋରିଆଲ ଟ୍ରଷ୍ଟ ପରିସରରେ କର୍ମୀମାନେ ପରସ୍ପରକୁ ମିଠା ଖୁଆଇ ବାଣ ଫୁଟାଇ ସେଲିବ୍ରେସନ କରିଛନ୍ତି । କିଛିଦିନ ଧରି ପାରାଦୀପ ନିର୍ବାଚନମଣ୍ଡଳିରେ ବିଧାୟକ ପ୍ରାର୍ଥୀଙ୍କୁ ନେଇ ଚାଲିଥିବା ବାଦ ବିବାଦର ଅନ୍ତ ଘଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତିକୁ ସମସ୍ତ ଦଳୀୟ କର୍ମୀ ସ୍ବାଗତ କରିବେ।

ବିଜେଡି ହେଉଛି ଭାରତର ଏକମାତ୍ର ଆଞ୍ଚଳିକ ଦଳ ଯିଏ ଦିର୍ଘ ୨୬ ବର୍ଷ ହେଲା ଲୋକଙ୍କ ହୃଦୟରେ ରହିଛି । ବିଧାୟକ ପ୍ରାର୍ଥୀ ଭାବରେ ଗୀତାଞ୍ଜଳି ରାଉତରାୟଙ୍କୁ ପ୍ରାର୍ଥୀ ଘୋଷଣା ପରେ ଯେଉଁ କନ୍ଦଳ ସୃଷ୍ଟି ହୋଇଥିଲା ତାହାକୁ ସମସ୍ତ କର୍ମୀ ଭୁଲିଯିବା ସହିତ ଆଗାମୀ ଦିନରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ଓ ପାରାଦୀପ ନିର୍ବାଚନମଣ୍ଡଳିର ବିଧାୟକ ଭାବରେ ଗୀତାଞ୍ଜଳି ରାଉତରାୟଙ୍କୁ ସମସ୍ତ ଦଳୀୟ କର୍ମୀ ବିଜୟୀ କରାଇବେ ବୋଲି କର୍ମୀ ମାନେ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା