Masthead

ଶପଥ ପାଇଁ ବିଜେଡି–ବିଜେପିର ତାରିଖ ଘୋଷଣା, କିଏ ବନିବ ସିଏମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଅଥବା ମେ ୬ତାରିଖ । ରାଜ୍ୟ ରାଜନୀତି ପାଇଁ ଗୋଟେ ବଡ଼ ଦିନ । ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହୋଇନି କିନ୍ତୁ ହୋଇସାରିଲାଣି ଶପଥ ଗ୍ରହଣ ପାଇଁ ତାରିଖ ନିର୍ଘଣ୍ଟ । କିଏ ଗଢିବ ଓଡିଶାରେ ସରକାର ତାର କଲେଣି ଭବିଷ୍ୟ ବାଣୀ । ପ୍ରଥମ ପର୍ଯ୍ୟାୟ ପାଇଁ ହାତରେ ଆଉ ମାତ୍ର ୭ଟି ଦିନ । ମଇଦାନରେ ହେଭିୱଟ । ଦକ୍ଷିଣ ଓଡ଼ିଶାରେ ପ୍ରଥମେ ଭୋଟ ପଡିବାକୁ ଥିବାବେଳେ ଦଳ ପାଇଁ ଭୋଟ ଭିକ୍ଷା କରିବା ପାଇଁ ରଣକ୍ଷେତ୍ରକୁ ଲମ୍ଫ ମାରିଛନ୍ତି ବିଜେପି ପୋଷ୍ଟର ବଏ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେଡିକୁ କଡା ଭାଷାରେ ସମାଲୋଚନା କରିଛନ୍ତି । ବିଜେଡି ଯାଉଛି ଏବଂ ବିଜେପି ଆସୁଛିର ଦେଇଛନ୍ତି ନାରା । ଓଡ଼ିଆ ପୁଅ କିମ୍ବା ଓଡ଼ିଆ ଝିଅ ଯିଏ ରାଜ୍ୟର ବିଷୟରେ ଜାଣୁଥିବ ସେ ହିଁ ହେବ ବିଜେପିର ସିଏମ ଚେହେରା । କେହି ବାହାର ବ୍ୟକ୍ତିଙ୍କୁ ନାହିଁ ଏଠି ସ୍ଥାନ । ରାଜ୍ୟରେ ବିଜେପି ସରକାର ଗଢିବାର ବାଢିଛନ୍ତି ଦମ୍ଭ ।

ଓଡ଼ିଶାରେ ଡବଲ ଇଞିନ ଅବା ପ୍ରଥମ ଥର ପାଇଁ ଏକାକୀ ସରକାର ବିଜେପି ଗଢିବା ପାଈଁ କରିଛନ୍ତି ଆହ୍ୱାନ । ଜୁନ ୪ରେ ରେଜଲ୍ଟ ଆସିବା ପରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଜୁନ ୬ ଓ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ପାଇଁ ମେ ୧୦ତାରିଖକୁ କରିଛନ୍ତି ନିର୍ଘଣ୍ଟ । ଯାହାକୁ ତାସଲ୍ୟ କରିଛନ୍ତି ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ । କହିଛନ୍ତି , ବିଜେପି ବାଲା ଦିନରେ ଦିବା ସ୍ୱପ୍ନ ଦେଖୁଛନ୍ତି । ବିରୋଧୀ ଦଳ ନେତା ମାନେ ମିଛ କହୁଛନ୍ତି । ସେପଟେ ଆଗକୁ ଆସି ଦଳର ଅନ୍ୟତମ ନେତା ଭିକେ ପାଣ୍ଡିଆନ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ବନିବା ସହ ଇତିହାସ ରଚିବେ । ଜୁନ ୯ତାରିଖ ସମୟ ସାଢେ ଏଗାରରୁ ସାଢେ ଗୋଟେ ସମୟରେ ନେବେ ଶପଥ ବୋଲି ବାଢିଛନ୍ତି ଦମ୍ଭ । ଦୁଇ ଦଳ ଆଜି ଦେଖାଇଛନ୍ତି ନିଜର ଦମ । ଜନମତକୁ ନ ଦେଖି ମଧ୍ୟ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି କରିଦେଲେଣି କାହା ସପକ୍ଷରେ ଯିବ ଜନମତ ତାହାର ଆକଳନ । ରାଜ୍ୟପାଳ ଶପଥ ଗ୍ରହଣ ପାଇଁ ଦେଇନାହାନ୍ତି ସମୟ କି ରାଜ୍ୟବାସୀ କାହାକୁ ଆଣିବେ ସରକାରକୁ କରିନାହାନ୍ତି ମନସ୍ଥ । ଏବେଠୁ ଏମାନଙ୍କ ମନରେ ଫୁଟିଲାଣି ମୁଖ୍ୟମନ୍ତ୍ରୀ ଆସନର ଲଡୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ