Masthead

ଆସନ୍ତୁ ନବୀନ, ଖୋଲା ମଞ୍ଚରେ କରନ୍ତୁ ବିତର୍କ: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ଧର୍ମେନ୍ଦ୍ରଙ୍କ ଆହ୍ୱାନ ଖୋଲା ମଞ୍ଚକୁ ଆସନ୍ତୁ ମୁଖ୍ୟମନ୍ତ୍ରୀ କରନ୍ତୁ ବିତର୍କ । ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରି ତଥା ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ନବୀନଙ୍କୁ କଲେ ଟାର୍ଗେଟ । କହିଛନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭିଡ଼ିଓରେ ଅଛନ୍ତି, ତାଙ୍କ ଗୁମାସ୍ତାଙ୍କ ପାଖରେ ରିମୋଟ ଅଛି । ଗତକାଲି ପ୍ରଧାନମନ୍ତ୍ରୀ ଯେଉଁ ଟିପ୍ପଣୀ ଦେଇଥିଲେ ତାହାର ଉତ୍ତର ଯଦି ଜନସଭାରେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରେ ଦେଇଥାନ୍ତେ ତେବେ ଏହା ଭଲ ହୋଇଥାନ୍ତା । କିନ୍ତୁ ବିମାନ ଭିତରୁ ଦିବା ସ୍ୱପ୍ନ କଥା କହିବା ଶୋଭାଦେଲାନି । ୨୪ ବର୍ଷ ଓଡ଼ିଶାରେ ବିଜେଡି ସରକାର ଅଛି, କେନ୍ଦ୍ର ପର୍ୟ୍ୟାପ୍ତ ଅର୍ଥ ଦେଲେ ମଧ୍ୟ କାହିଁକି ଓଡ଼ିଶାର ଗାଁ ଗଣ୍ଡାରେ ପିଇବା ପାଣିର ସୁବିଧା ନାହିଁ । ଓଡ଼ିଶାରେ ନିର୍ବାଚନ ପ୍ରଚାରକୁ ହାଲୁକା ଭାବେ ନେଉଛି ବିଜେଡି । ନାଚଗୀତ, ମେଲୋଡି ଜରିଆରେ ପ୍ରଚାର କରୁଛନ୍ତି ।

ମୁଖ୍ୟମନ୍ତ୍ରୀ କେମିତି ପ୍ରଚାର କରୁଛନ୍ତି ତାହା ଓଡ଼ିଶାବାସୀ ଦେଖୁଛନ୍ତି । ମହାନଦୀ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ କାହିଁକି ଜଳସେଚନ ସୁବିଧା ନାହିଁ । ଓଡ଼ିଶାର ପିଲାମାନେ କାହିଁକି ଅଧାରୁ ପାଠ ଛାଡୁଛନ୍ତି । ସ୍କୁଲରେ କାହିଁକି ଶିକ୍ଷକ ନାହାନ୍ତି । ସରକାରୀ ହସ୍ପିଟାଲରେ ଡାକ୍ତର ଅଭାବ କାହିଁକି? ଦାଦନ କାହିଁକି ସ୍ଥାୟୀ ବ୍ୟବସ୍ଥା ପାଲଟିଛି? ତାହାର ଉତ୍ତର ନଦେଇ ମୁଖ୍ୟମନ୍ତ୍ରୀ ଦିବା ସ୍ୱପ୍ନର କଥା କହୁଛନ୍ତି । ତାହା ହେଲେ ୨୪ ବର୍ଷ ହେଲା ଓଡ଼ିଶା ଲୋକଙ୍କୁ ମୁଖ୍ୟମନ୍ତ୍ରୀ କେଉଁ ସ୍ୱପ୍ନ ଦେଖାଉଥିଲେ । ସମ୍ବଲପୁରରେ କାହିଁକି ବିଗତ ୧୦ ବର୍ଷ ହେବ ପୌରପାଳିକା ନିର୍ବାଚନ ହୋଇନାହିଁ? ଦୁର୍ନୀତି କରିବାକୁ ବିଜେଡି ଏମିତି କରୁଛି । ବିଜେପି ସରକାର ହେଲେ ଜୁନରେ ଚାଷୀଙ୍କୁ ୩ଟି ଫାଇଦା ମିଳିବ ।

ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ ଡିବିଟି ଜରିଆରେ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଆସିବ । ଟୋକନ, କଟନି, ଛଟନି ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ରହିବ । ଛତିଶଗଡ ମଡେଲକୁ ଓଡ଼ିଶାରେ ଲାଗୁ କରିବୁ । ଧାନରେ ପ୍ରଥମଥର ଷ୍ଟେଟ ବୋନସ ଦିଆଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଶାସକ ଦଳ ସରକାରୀ ଟଙ୍କାରେ ନିଜ କର୍ମୀଙ୍କୁ ବିଦେଶ ନେବାକୁ ଯୋଜନା କରିଥିଲା । ନିର୍ବାଚନ କମିଶନଙ୍କ ଦୃଷ୍ଟିଗୋଚର ଆସିବା ପରେ ଏହା ବନ୍ଦ କରାଗଲା । ବିଜେଡି ଏହାକୁ ନେଇ ଅପପ୍ରଚାର କଲା ଯେ, ବିଜେପି ମିଶନ ଶକ୍ତିକୁ ବନ୍ଦ କରିବାକୁ ଚାହୁଁଛି । ୨୫ ଲକ୍ଷ ଏସଏଚଜି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା