ସାହା ହେଲେ ସମାଜସେବୀ, ବଢାଇଲେ ସହାୟତାର ହାତ

ଅନୁଗୁଳ(ବଡ଼ ଖବର ବ୍ୟୁରୋ);ତାଳଚେର ପୌରାଞ୍ଚଳ ୱାର୍ଡ ନଂ-୧୧ ଚାଉଳିଆକୁଟା ସାହିର ହରି ବେହେରା ମରଣଯନ୍ତା ପାଲଟିଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାରେ ଶିକାର ହୋଇ ଦୁଇଗୋଟି ଗୋଡ଼ ହରାଇ ଅର୍ଥ ଅଭାବରୁ ପଙ୍ଗୁ ଅବସ୍ଥାରେ ଘରେ ପଡିରହିଛନ୍ତି । ପ୍ରାୟ ଏକମାସ ତଳେ ତାଳଚେର ବସଷ୍ଟାଣ୍ଡ ନିକଟରେ ରାସ୍ତାପାର ହେଉଥିବାବେଳେ ଗୋଟିଏ ଟ୍ରକ ହରିକୁ ଧକ୍କା ଦେଇଥିଲା ଘଟଣା ସ୍ଥଳରେ ହରିଙ୍କ ଦୁଇଗୋଟି ଗୋଡ଼ କଟି ଯାଇଥିଲା ।

ତୁରନ୍ତ ତାଙ୍କୁ ମୁର୍ମୁଷୁ ଅବସ୍ଥାରେ କଟକ ନେଇ ଚିକିତ୍ସିତ କରାଯାଇଥିଲା ହରି ସିନା ବଞ୍ଚିଗଲା ସବୁଦିନ ପାଇଁ ଦୁଇଗୋଡ଼ ହରାଇ ପଙ୍ଗୁ ପାଲଟିଗଲା । ପରିବାରର ବୋଝକୁ ନିଜ ମୁଣ୍ଡ ଉପରେ ବୋହିଥିବା ହରି ଆଜି ସବୁଦିନ ପାଇଁ ପରିବାର ଉପରେ ବୋଝ ହେଇଗଲା । ଟଙ୍କା ପଇସା ଅଭାବରୁ ଉନ୍ନତ ଚିକିତ୍ସା କରାଇନପାରି କଟକ ଡାକ୍ତର ଖାନାରୁ ଫେରାଇ ଆଣିଛନ୍ତି ପରିବାର ଲୋକେ ।

ଏପରିକି ପ୍ରତିନିନ ଡ୍ରେସିଂ କରିବାକୁ ମଧ୍ୟ ହାତରେ ପଇସା ନାହିଁ । ନିଜ ଭାଗ୍ୟକୁ ଆଦରି ଘରେ ପଡିରହିଛନ୍ତି ହରି । ଅସହାୟ ହରିଙ୍କର ଏହି ଖବର ପାଇ ସମାଜସେବୀ ତଥା ଯୁବନେତା ବିଭୁତି ସାହୁ ହରିଙ୍କ ଘରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଶୁଖିଲା ଖାଦ୍ୟ ଏବଂ ଆର୍ଥିକ ସହାୟତା କରିଥିଲେ । ସରକାରୀ କିମ୍ବା ବେସରକାରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଅସହାୟ ହରିଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସମାଜସେବୀ ଶ୍ରୀ ସାହୁ ନିବେଦନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ