Masthead

ସାହା ହେଲେ ସମାଜସେବୀ, ବଢାଇଲେ ସହାୟତାର ହାତ

ଅନୁଗୁଳ(ବଡ଼ ଖବର ବ୍ୟୁରୋ);ତାଳଚେର ପୌରାଞ୍ଚଳ ୱାର୍ଡ ନଂ-୧୧ ଚାଉଳିଆକୁଟା ସାହିର ହରି ବେହେରା ମରଣଯନ୍ତା ପାଲଟିଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାରେ ଶିକାର ହୋଇ ଦୁଇଗୋଟି ଗୋଡ଼ ହରାଇ ଅର୍ଥ ଅଭାବରୁ ପଙ୍ଗୁ ଅବସ୍ଥାରେ ଘରେ ପଡିରହିଛନ୍ତି । ପ୍ରାୟ ଏକମାସ ତଳେ ତାଳଚେର ବସଷ୍ଟାଣ୍ଡ ନିକଟରେ ରାସ୍ତାପାର ହେଉଥିବାବେଳେ ଗୋଟିଏ ଟ୍ରକ ହରିକୁ ଧକ୍କା ଦେଇଥିଲା ଘଟଣା ସ୍ଥଳରେ ହରିଙ୍କ ଦୁଇଗୋଟି ଗୋଡ଼ କଟି ଯାଇଥିଲା ।

ତୁରନ୍ତ ତାଙ୍କୁ ମୁର୍ମୁଷୁ ଅବସ୍ଥାରେ କଟକ ନେଇ ଚିକିତ୍ସିତ କରାଯାଇଥିଲା ହରି ସିନା ବଞ୍ଚିଗଲା ସବୁଦିନ ପାଇଁ ଦୁଇଗୋଡ଼ ହରାଇ ପଙ୍ଗୁ ପାଲଟିଗଲା । ପରିବାରର ବୋଝକୁ ନିଜ ମୁଣ୍ଡ ଉପରେ ବୋହିଥିବା ହରି ଆଜି ସବୁଦିନ ପାଇଁ ପରିବାର ଉପରେ ବୋଝ ହେଇଗଲା । ଟଙ୍କା ପଇସା ଅଭାବରୁ ଉନ୍ନତ ଚିକିତ୍ସା କରାଇନପାରି କଟକ ଡାକ୍ତର ଖାନାରୁ ଫେରାଇ ଆଣିଛନ୍ତି ପରିବାର ଲୋକେ ।

ଏପରିକି ପ୍ରତିନିନ ଡ୍ରେସିଂ କରିବାକୁ ମଧ୍ୟ ହାତରେ ପଇସା ନାହିଁ । ନିଜ ଭାଗ୍ୟକୁ ଆଦରି ଘରେ ପଡିରହିଛନ୍ତି ହରି । ଅସହାୟ ହରିଙ୍କର ଏହି ଖବର ପାଇ ସମାଜସେବୀ ତଥା ଯୁବନେତା ବିଭୁତି ସାହୁ ହରିଙ୍କ ଘରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଶୁଖିଲା ଖାଦ୍ୟ ଏବଂ ଆର୍ଥିକ ସହାୟତା କରିଥିଲେ । ସରକାରୀ କିମ୍ବା ବେସରକାରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଅସହାୟ ହରିଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସମାଜସେବୀ ଶ୍ରୀ ସାହୁ ନିବେଦନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ