‘ତୁରନ୍ତ ଡାକ୍ତରଙ୍କୁ ଗିରଫ କରାଯାଉ’

ବସ୍ତା (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲର ଡାକ୍ତର ଦିଲ୍ଲୀପ ପାତ୍ରଙ୍କ ଗିରଫ ଦାବିକରି ଗ୍ରାମବାସୀଙ୍କ ସାମ୍ବାଦିକ ସମ୍ମିଳନୀ । ସୂଚନା ଅନୁଯାୟୀ ଗତ ମେ ମାସ ୩ ତାରିଖ ଦିନ ଜଳେଶ୍ଵର ଥାନା ଚକହରି ଗ୍ରାମର ଉମେଶ ଓଝା କୌଣସି କଥାକୁ ନେଇ କୀଟ ନାଶକ ପିଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ଜଳେଶ୍ଵର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜିକେ ଭଟ୍ଟର ହସ୍ପିଟାଲକୁ ନେଇଥିଲେ । ସେଠାରେ ଡ୍ୟୁଟିରେ ଥିବା ମେଡିକାଲ ଅଫିସର ଚିକିତ୍ସା କରିବାରେ ଅବହେଳା କରିବା ସହିତ ଏକ ଘଣ୍ଟାରୁ ଅଧିକ ସମୟ ବିଳମ୍ବ କରିଥିଲେ ।

ଯାହା ଫଳରେ ଯନ୍ତ୍ରରେ ଛଟପଟ ହୋଇ ଉମେଶଙ୍କ ମୃତ୍ୟୁ ହୋଇଥିଲାା ଡାକ୍ତରଙ୍କ ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗରେ ଡାକ୍ତରଖାନାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲାା ଏହାକୁ କେନ୍ଦ୍ରକରି ପୋଲିସ ପରିବାର ଲୋକଙ୍କୁ ଗିରଫ କରିଥିବା ବେଳେ ଆଜି ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ଚକହରି ଗ୍ରାମର ମନ୍ଦିର ପ୍ରାଙ୍ଗଣରେ ଆୟୋଜନ ସାମ୍ବାଦିକ ସମ୍ମିଳନୀ ପ୍ରକାଶ କରିଛନ୍ତି ଯଦି ଡାକ୍ତର ଦିଲ୍ଲୀପ ପାତ୍ରଙ୍କୁ ଗିରଫ କରାନଯାଏ ତାହାହେଲେ ଗ୍ରାମବାସୀ ଡାକ୍ତରଖାନା ଆଗରେ ଧାରଣା ଦେବା ସହିତ ପରିବାର ଲୋକ ଡାକ୍ତରଖାନା ଆଗରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’