Masthead

ଏକଛତ୍ରବାଦ ବିରୋଧରେ ଲଢୁଛି, ଆପଣମାନେ ବି ଆଗେଇ ଆସନ୍ତୁ: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏକଛତ୍ରବାଦ ବିରୋଧରେ ସବୁ ଶକ୍ତି ଲଗାଇ ଲଢୁଛି । ଏହା ବିରୋଧରେ ଲଢ଼ିବା ପାଇଁ ୧୪୦ କୋଟି ଦେଶବାସୀ ଏକାଠି ଆଗେଇ ଆସିବାକୁ ହେବ ବୋଲି କହିଛନ୍ତିି ଅରବିନ୍ଦ କେଜ୍ରିୱାଲ । ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିବାର କିଛି ଘଣ୍ଟା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରୁ ମୁକୁଳିଛନ୍ତି। ସେ ଭଗବାନ ହନୁମାନଙ୍କୁ ଧନ୍ୟବାଦ ଜଣାଇବା ସହ ଏକଚ୍ଛତ୍ରବାଦ ବିରୋଧରେ ଲଢ଼େଇ ପାଇଁ ଜନସାଧାରଣଙ୍କ ସମର୍ଥନ ଲୋଡ଼ିଛନ୍ତି।

ଲୋକ ସଭା ନିର୍ବାଚନରେ ପ୍ରଚାର ନିମନ୍ତେ କେଜ୍ରିୱାଲଙ୍କୁ ସର୍ବୋଚ୍ଚ ଅଦାଲତ ଜୁନ୍‌ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜେଲରେ ବାହାରିବା ବେଳେ ଆମ୍‌ ଆଦ୍‌ମୀ ପାର୍ଟିର ନେତା ଓ କର୍ମୀମାନେ ଢୋଲ ବଜାଇ ଓ ସ୍ଲୋଗାନ ଦେଇ ତାଙ୍କୁ ସ୍ୱାଗତ କରିଥିଲେ। ଭାରତ ମାତା କୀ ଜୟ, ଇନ୍‌କିଲାବ ଜିନ୍ଦାବାଦ ସ୍ଲୋଗାନ ଦେଇ କେଜ୍ରିୱାଲ କହିଥିଲେ, ଏକଚ୍ଛତ୍ରବାଦ ବିରୋଧରେ ସେ ତାଙ୍କର ସବୁ ଶକ୍ତି ଲଗାଇ ଲଢ଼ୁଛନ୍ତି।

ଏହା ବିରୋଧରେ ଲଢ଼ିବା ପାଇଁ ୧୪୦ କୋଟି ଦେଶବାସୀ ଏକାଠି ଆଗେଇ ଆସିବାକୁ ହେବ ବୋଲି ସେ କହିଛନ୍ତି। ଶନିବାର ସକାଳେ ସେ ହନୁମାନ ମନ୍ଦିର ଦର୍ଶନ କରିବା ପରେ ଅପରାହ୍ନ ୧ଟା ବେଳେ ଖବରଦାତା ସମ୍ମିଳନୀକୁ ସମ୍ବୋଧନ କରିବେ। ଭଗବାନ ହନୁମାନଙ୍କ ଆଶୀର୍ବାଦରୁ ମୁଁ ଆପଣମାନଙ୍କ ଗହଣକୁ ଫେରିଆସିଛି। ଜନସାଧାରଣଙ୍କ ଭଲପାଇବା ଓ ଆଶୀର୍ବାଦ ପାଇଁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି କେଜ୍ରିୱାଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା