Masthead

ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ୩୫ ରନ୍‌ରେ ପରାସ୍ତ କଲା ଗୁଜରାଟ

ଅହମ୍ମଦାବାଦ(ବଡ଼ ଖବର ବ୍ୟୁରୋ): ଆଇପିଏଲ୍‌ ୨୦୨୪ର ୫୯ତମ ମ୍ୟାଚ୍‌ରେ ଚେନ୍ନାଇକୁ ହରାଇଲା ଗୁଜରାଟ ଟାଇଟନ୍ସ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଗୁଜରାଟ ଲାଗି ଗୁରୁତ୍ୱ ବହନ କରୁଥିଲା। ଏହି ବିଜୟ ଯୋଗୁ ଦଳ ପ୍ଲେଅଫ୍‌ ରେସ୍‌ରେ ରହିବାରେ ସଫଳ ହୋଇଛି। ତେବେ ଗୁଜରାଟ ଚେନ୍ନାଇକୁ ୨୩୨ ରନ୍‌ର ବିଶାଳ ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୧୯୬ ରନ୍‌ କରିବାରେ ସଫଳ ହୋଇଥିଲା।

ପ୍ରାରମ୍ଭିକ ଉଇକେଟ ପତନ ଯୋଗୁ ଦଳ ୩୫ ରନ୍‌ରେ ପରାଜୟର ସମ୍ମୁଖୀନ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଗୁଜରାଟ ଟାଇଟନ୍ସ। ଘରୋଇ ନରେନ୍ଦ୍ର ମୋଦି ଷ୍ଟାଡିୟମ ପିଚ୍‌ରୁ ଭରପୂର ଫାଇଦା ଉଠାଇଥିଲେ ଦୁଇ ଓପନର ସାଇ ସୁଦର୍ଶନ ଓ ଅଧିନାୟକ ଶୁବମନ ଗିଲ୍‌। ଓପନିଂ ଯୋଡ଼ିରେ ୧୦୪ ବଲ୍‌ରୁ ୨୧୦ ରନ ସଂଗ୍ରହ କରିଥିଲେ ଗିଲ୍‌ ଓ ସୁଦର୍ଶନ। ସୁଦର୍ଶନ ୫୧ ବଲ୍‌ରୁ ୫ ଚୌକା ଓ ୭ ଛକା ସହାୟତାରେ ୧୦୩ ଓ ଗିଲ୍‌ ୫୫ ବଲ୍‌ରୁ ୯ ଚୌକା ଓ ୬ ଛକା ସହ ୧୦୪ ରନ କରିଥିଲେ। ଏହି ଭାଗୀଦାରି ବଳରେ ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୩ ଉଇକେଟ ହରାଇ ୨୩୧ ରନ ସଂଗ୍ରହ କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ