Masthead

ଗଠନ ହେବନି ବିଜେପି ସରକାର :କେଜ୍ରିୱାଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତିହାର ଜେଲରୁ ବାହାରିବା ପରେ ଆକ୍ସନ ମୋଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କହିଛନ୍ତି ଯେ, ଚଳିତ ଲୋକସଭା ନିର୍ବାଚନରେ ଶାସକ ଦଳ ୨୨୦-୨୩୦ ରୁ ଅଧିକ ଆସନ ପାଇବ ନାହିଁ । ଅନ୍ତରୀଣ ଜାମିନରେ ଜେଲରୁ ବାହାରିବା ପରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ମୁଖ୍ୟାଳୟରେ କହିଛନ୍ତି ଯେ, ଜେଲରୁ ମୁକୁଳିବା ପରେ ଗତ ୨୦ ଘଣ୍ଟା ମଧ୍ୟରେ ମୁଁ ନିର୍ବାଚନ ବିଶେଷଜ୍ଞ ଏବଂ ଲୋକଙ୍କ ସହ କଥା ହୋଇ ଜାଣିଲି ଯେ ବିଜେପି ସରକାର ଗଠନ କରିପାରିବ ନାହିଁ ।

କେଜ୍ରିୱାଲ କହିଛନ୍ତି ଯେ, ହରିୟାଣା, ରାଜସ୍ଥାନ, କର୍ଣ୍ଣାଟକ, ଦିଲ୍ଲୀ, ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶରେ ବିଜେପିର ଲୋକସଭା ଆସନ ହ୍ରାସ ପାଇବ । ସେ କହିଛନ୍ତି, “କୌଣସି ରାଜ୍ୟରେ ସେମାନଙ୍କର ଆସନ ବୃଦ୍ଧି ପାଇବ ନାହିଁ। ଏହା ମୋର ବିଶ୍ଳେଷଣ ଏବଂ ରାଜନୈତିକ ବିଶ୍ଳେଷକ ମାନେ ମଧ୍ୟ କହୁଛନ୍ତି ଯେ, ବିଜେପି ୨୨୦-୨୩୦ରୁ ଅଧିକ ଆସନ ପାଇବ ନାହିଁ । କେଜ୍ରିୱାଲ ଦାବି କରିଛନ୍ତି ଯେ ଜୁନ୍ ୪ରେ ମୋଦି ସରକାର ଗଠନ ହେଉନାହିଁ । ସେ ଆହୁରି ମଧ୍ୟ ପ୍ରତିଶୃତି ଦେଇଛନ୍ତି ଯେ ଯେତେବେଳେ ଇଣ୍ଡିଆ ମେଣ୍ଟର ସରକାର ଗଠନ ହେବ, ସେତେବେଳେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦିଆଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି