Masthead

ବିଜେଡି ନେତା ମାଫିଆଗିରିରେ ପୂରା ୨୪ ଘଣ୍ଟା ଲାଗିଛନ୍ତି: ମୋଦି

କଟକ (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ଚାଲିଥିବା ଏ ଲୁଟତରାଜ ବନ୍ଦ ହେବା ଦରକାର । ଆପଣମାନଙ୍କ ଭୋଟ ହିଁ ଏ ଲୁଟତରାଜ ବନ୍ଦ କରିବ ବୋଲି କଟକ ନର୍ବାଚନୀ ସଭାରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ । ବିଜେଡି ଉପରେ ବର୍ଷିବା ସହ ସେ କହିଛନ୍ତି ଆପଣଙ୍କ ଭୋଟ ହିଁ ଓଡ଼ିଶାର ଭାଗ୍ୟ ବଦଳାଇ ପାରିବ । ବିଜେଡି ଭ୍ରଷ୍ଟାଚାର ପାଇଁ ଯୁବକମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଛି । ଜଣେ ମାଫିଆ ଅଛନ୍ତି, ଯିଏ ପ୍ରତି ସେକ୍ଟର ଉପରେ କବ୍‌ଜା କରି ବସିଛି । ଜୁନ୍‌ ୧୦ରେ ବିଜେପି ସରକାର ଆସିଲେ ଏ ମାଫିଆର ଅଣ୍ଟା ଭଙ୍ଗାଯିବ ।

ଆମକୁ ଓଡ଼ିଶାରେ ନିବେଶ ଦରକାର, ନୂଆ ଉଦ୍ୟୋଗ ଦରକାର । ବିଜେପିର ତାକତ ଅଛି, ଏସବୁ ବିଜେପି ହିଁ କରିପାରିବ । ଓଡ଼ିଶାର ହେବାକୁ ଥିବା ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ସବୁ ସହଯୋଗ କରାଯିବ । ବିଜେଡି ନେତା ମାଫିଆଗିରିରେ ପୂରା ୨୪ ଘଣ୍ଟା ଲାଗିଛନ୍ତି । ଓଡ଼ିଶାର କୌଣସି ବ୍ଲକ ନାହିଁ ଯାହର ଲୋକ ଗୁଜରାଟରେ ନାହାନ୍ତି । ଓଡ଼ିଶାକୁ ବରବାଦ କରିଥିବା ଲୋକଙ୍କ ପାଇଁ ଏ ନିର୍ବାଚନ ସଜା ସଦୃଶ । ବିଜେଡି କଳା ଚିଠା ଏବେ ଲୋକଙ୍କ ସାମ୍ନାକୁ ଆସିବାରେ ଲାଗିଛି । କଂଗ୍ରେସ ଅମଳରେ ଖଣିଜ ନୀତିରୁ ୫ ହଜାର କୋଟି ମିଳିଥିଲା ।

ମୋଦି ସରକାରରେ ଖଣିଜ ନୀତିରୁ ଓଡ଼ିଶାକୁ ୫୦ ହଜାର କୋଟି ମିଳୁଛି । ଡିଏମ୍‌ଏଫ୍‌ରେ ଓଡ଼ିଶାକୁ ୨୬ ହଜାର କୋଟି ଟଙ୍କା ମିଳିଛି । ବିଜେଡିର ଭ୍ରଷ୍ଟ ସରକାର ଏ ଅନୁଦାନକୁ ଗୋଳମାଳ କରିଛି । ଓଡ଼ିଶାରେ ସ୍କୁଲ, ପାନୀୟ ଜଳ, ସ୍ବାସ୍ଥ୍ୟସେବାର ଅଭାବ ରହିଛି । ଏ କେନ୍ଦ୍ରୀୟ ଟଙ୍କା କାହା ପକେଟକୁ ଗଲା ପଚାରିଲେ ମୋଦି । ବିଜେଡି ନେତାଙ୍କୁ କମିଶନ ନମିଳିବା ପର୍ୟ୍ୟନ୍ତ ପ୍ରକଳ୍ପ ଅଟକାଇ ରଖୁଛନ୍ତି । ବିଜେଡି ନେତା ଆପଣମାନଙ୍କୁ ସବୁ ପ୍ରକାର ଲୁଟି ଚାଲିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର