Masthead

ନିର୍ବାଚନ ପୂର୍ବରୁ ୭୮ ସାଂସଦଙ୍କ ଇସ୍ତଫା

ଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପୂର୍ବରୁ ସୁନକଙ୍କୁ ଝଟ୍‌କା ବ୍ରିଟେନରେ ଜୁଲାଇ ୪ ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ତାରିଖ ଘୋଷଣା ପରେ ଶାସକ କଞ୍ଜରଭେଟିଭ୍ ପାର୍ଟିରେ ଏକ ପ୍ରକାର କମ୍ପନ ସୃଷ୍ଟି ହୋଇଛି । ଦଳର ଦୁଇ ପୁରୁଖା ନେତା ତଥା କ୍ୟାବିନେଟ୍‌ ମନ୍ତ୍ରୀ ଦଳରୁ ଇସ୍ତଫା ଦେଇଛନ୍ତି । ଦଳରୁ ଇସ୍ତଫା ଦେବା ପରେ ଇସ୍ତଫା ଦେଇଥିବା ସାଂସଦଙ୍କ ସଂଖ୍ୟା ୭୮ ଛୁଇଁଛି । ଦୁଇ ଦିନ ମଧ୍ୟରେ ଦୁଇ କ୍ୟାବିନେଟ ମନ୍ତ୍ରୀ ମାଇକେଲ୍ ଗୋଭ୍ ଓ ଆଣ୍ଡ୍ରେ ଲେଡ୍‌ସମ୍‌ ଦଳ ଛାଡ଼ିଛନ୍ତି । ଆସନ୍ତା ନିର୍ବାଚନରେ ଉଭୟ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ।

ତେବେ ୭୮ ସାଂସଦଙ୍କ ଇସ୍ତଫା ଦଳୀୟ ସଙ୍କଟକୁ ଜଟିଳ କରିଦେଇଛି। ଅପରପକ୍ଷରେ, ବିରୋଧୀ ଶ୍ରମିକ (ଲେବର) ପାର୍ଟିର ସାଂସଦ ଷ୍ଟେଲା କ୍ରିଜି ସାମାଜିକ ଗଣମାଧ୍ୟମରେ ସୁନକଙ୍କୁ ସମାଲୋଚନା କରି କହିଛନ୍ତି ଯେ ସେ ସଂପ୍ରତି ଛୁଟି ଚାହୁଛନ୍ତି ଏବଂ ବ୍ରିଟେନ୍ ମଧ୍ୟ ଏକ ନୂତନ ସରକାର ଚାହୁଁଛି। ଶାସକ କଞ୍ଜରଭେଟିଭ୍ ପାର୍ଟି ଏହି ସମାଲୋଚନାର ଜବାବ ଦେଇଛି। ମନ୍ତ୍ରୀ ବିମ୍ ଆଫୋଲାମି ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ସୁନକ ଛୁଟିରେ ଯାଇନାହାନ୍ତି, ବରଂ ଉତ୍ତର ଇଂଲଣ୍ଡର ନିର୍ବାଚନମଣ୍ଡଳୀ ୟର୍କସାଏରରେ ପ୍ରଚାର କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ